ଟାଇମ୍ସ ସ୍କୋୟାରର ବଡ଼ ଡିସ୍‌ପ୍ଲେରେ ଲାଗିପାରିଲାନି ଶ୍ରୀରାମଙ୍କ ଫଟୋ ! ଜାଣନ୍ତୁ କାହିଁକି ?

Times Square

ନୂଆଦିଲ୍ଲୀ: ଲାଗି ପାରିଲାନି ପ୍ରଭୁ ଶ୍ରୀରାମଙ୍କ ଫଟୋ । ପ୍ରଭୁ ଶ୍ରୀରାମଙ୍କ ଫଟୋ ଲାଗିବାକୁ ନେଇ ମୁସଲମାନ ସମ୍ପ୍ରଦାୟର ଏକ କମିଟି ବିରୋଧ କରିବାରୁ କୌଣସି ବି ଡିଜିଟାଲରେ ବିଲ୍‌ ବୋର୍ଡରେ ଲାଗିଲାନି ଫଟୋ । ଅଗଷ୍ଟ ୫ ତାରିଖରେ ଅର୍ଥାତ୍‌ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ଟାଇମ୍ସ ସ୍କୋୟାରର ପ୍ରତ୍ୟେକ ବିଲ୍‌ବୋର୍ଡରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଲାଗିବାର ଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ ।

ଆମେରିକାର ଏକ ମୁସ୍‌ଲିମ୍‌ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଆଡଭଟାଇଜିଂ‌ କମ୍ପାନୀ ବିରୋଧରେ ପିଟିସନ୍‌ ଦାଖଲ କରାଯାଇଥିଲା । ଫଳରେ କମ୍ପାନୀ  ଟାଇମ୍ସ ସ୍କୋୟାରର ଡିଜିଟାଲ ବିଲ୍‌ବୋର୍ଡରେ ଲାଗାଇ ପାରିଲାନି ଶ୍ରୀରାମଙ୍କ ଫଟୋ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ ଅଗଷ୍ଟକୁ ଅଯୋଧ୍ୟା ପହଞ୍ଚିଛନ୍ତି । ସେଠାରେ ଭୂମି ପୂଜା କରି ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଠିକ୍ ସେତିକି ବେଳେ ଆମେରିକାରେ ମଧ୍ୟ ଏନେଇ ଉତ୍ସବ ପାଳନ ହେବାର ଥିଲା । ଯେଉଁଥିପାଇଁ ସେଠାରେ ଜୋରଦାର୍‌ ପ୍ରସ୍ତୁତି ଚାଲିଥିଲା । ନ୍ୟୁୟର୍କର ପ୍ରତିଷ୍ଠିତ ଓ ବିଶ୍ୱ ବିଖ୍ୟାତ ଟାଇମ୍ସ ସ୍କୋୟାରରେ ଶ୍ରୀରାମଙ୍କ ବଡ଼ ବଡ଼ ହୋର୍ଡିଂ ଲଗିବାର ଥିଲା । ଅଗଷ୍ଟ ୫ରେ ଭୂମି ପୂଜନ ଓ ଶିଳାନ୍ୟାସ ସମାରୋହ ବେଳେ ସେଠାରେ ରାମଙ୍କ ଥ୍ରୀଡି ଛବି ଦେଖାଯିବାରଥିଲା । ଆମେରିକୀୟ ଯେଉଁ ଆୟୋଜକ କମ୍ପାନୀ ଏହାର ଦାୟିତ୍ୱ ନେଇଥିଲେ ସେମାନେ ଏହାକୁ ଐତିହାସିକ କରିବାକୁ ଚାହୁଁଥିଲେ । କିନ୍ତୁ ସବୁ ପରିଶ୍ରମ ବୃଥା ଗଲା । ଆଶା ଆଶାରେ ହିଁ ରହିଗଲା ।

ଆମେରିକାରେ ଥିବା ଇଣ୍ଡିଆ ପବ୍ଲିକ ଆଫେୟର୍ସ କମିଟି ଅଧ୍ୟକ୍ଷ ଜଗଦୀଶ ସେହବାନି ସୂଚନା ଦେଇଥିଲେ ଯେ, ସେ ଏହି ଐତିହାସିକ କ୍ଷଣକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି । ସେ ଆହୁରି କହିଥିଲେ ଯେ, ଏହି ସମାରୋହରେ ଟାଇମ୍ସ ସ୍କୋୟାରରେ କେତକ ଗୁରୁତ୍ୱପୂର୍ଣ୍ଣ ହୋର୍ଡିଂ ଲଗାଯିବ । ୧୭ ହଜାର ବର୍ଗ ଫୁଟର ଚାରୋଟି ଏଲଇଡି ଡିସପ୍ଲେ ଲାଗିବ । ଏହାକୁ ଟାଇମ୍ସ ସ୍କୋୟାରର ସବୁଠୁ ଉଚ୍ଚା ଏଲଇଡି ଡିସପ୍ଲେ ସ୍କ୍ରିନ୍ କୁହାଯାଏ । ଏହା ଦୁନିଆର ସବୁଠୁ ବଡ଼ ଡିସପ୍ଲେ ।

ଏଠାରେ ସକାଳ ୮ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ରମ ଚାଲିଥାନ୍ତା । ଏହି ସମୟରେ ହିନ୍ଦୀ ଓ ଇଂରାଜୀରେ ‘ଜୟ ଶ୍ରୀ ରାମ’ ମଧ୍ୟ ଲେଖାଯିବାର ଯୋଜନା ଥିଲା । ଏହା ସହିତ ଫଟୋ ଓ ଭିଡିଓ, ମନ୍ଦିରର ଡିଜାଇନ୍ ଓ ଆର୍କିଟେକ୍ଚରର ଥ୍ରୀ଼ଡି ଚିତ୍ର ସହିତ ପିଏମ୍ ମୋଦିଙ୍କ ଦ୍ୱାରା ଭୂମି ପୂଜନର ଚିତ୍ର ଦେଖାଯିବାର କାର୍ଯ୍ୟକ୍ରମ ମଧ୍ୟ ଥିଲା । ଏହି ସମୟରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଲୋକ ଉତ୍ସବ ମନାଇଥାନ୍ତେ । ଏଥି ସହିତ ଲୋକଙ୍କୁ ମିଠା ବଣ୍ଟାଯିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା ।

Leave a Reply