ମହାରାଷ୍ଟ୍ରରେ କାଲିଠୁ ମେ’ ୧ ଯାଏ ଲକଡାଉନ୍ ଭଳି କଟକଣା

1 min read
No Lockdown Maharashtra Curfew For 15 Days From 8PM On April 14

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି କରୋନାର ପ୍ରକୋପ । କରୋନାର ବେକାବୁ ଗତିକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ବ୍ରେଦ୍ ଦି ଚେନ୍’ ଅଭିଯାନ ଘୋଷଣା କରିଛନ୍ତି । ଅଭିଯାନ ଅନୁସାରେ ରାଜ୍ୟରେ ୧୫ ଦିନ ଧରି କର୍ଫ୍ୟୁ ଭଳି କଡ଼ା କଟକଣା ଲାଗୁ ହେବ । ୧୪ ଏପ୍ରିଲରୁ ୧୫ ଦିନ ଯାଏ ରାତି ୮ଟାରୁ ସକାଳ ୭ଟା ଯାଏ ୧୪୪ ଧାରା ଲାଗୁ ରହିବ ।

ଉଦ୍ଧବ ଠାକରେ କହିଛନ୍ତି- ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଆଜି ଚାରୁଆଡ଼ୁ ଆମ ଉପରେ ଚାପ ସୃଷ୍ଟି ହୋଇଛି । ଅକ୍ସିଜେନ୍ କମ୍ ରହିଛି । କେବେ ଯାଏ ଆମେ କେବଳ ଆଲୋଚନା କରିବା । ଏବେର ସମୟ ଗୋଟିଏ ଥର ଆମ ହାତରୁ ଖସିଗଲେ ବହୁତ ଅସୁବିଧା ସୃଷ୍ଟି ହେବ । ଆମକୁ ଟିକାକରଣକୁ ବ୍ୟାପକ କରିବାକୁ ହେବ । ହୁଏତ ଆମେ ଟିକାକରଣ ସାରି ପାରିବା ନାହିଁ ତଥାପି କରୋନାର ଲହରକୁ କମ୍ କରିପାରିବା । ଆମେ ଏବେ ଯାଏ ଲହରର ଶିଖରରେ ପହିଞ୍ଚିଛେ କି ନାହିଁ ଜଣାନାହିଁ ।

No Lockdown Maharashtra Curfew For 15 Days From 8PM On April 14

ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଛି । କୌଣସି ବ୍ୟକ୍ତି ଆବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁକିଛି ୧୫ ଦିନ ଲାଗି ବନ୍ଦ ରହିବ । ଲୋକାଲ୍ ଟ୍ରେନ୍, ବସ୍ ସମେତ ସାଧାରଣ ପରିବହନ ବ୍ୟବସ୍ଥା ଚାଲୁ ରହିବ । ଇ-କମର୍ସ ଓ ପେଟ୍ରୋଲ୍ ପମ୍ପ ଖୋଲିବ । ବ୍ୟାଙ୍କ ଚାଲିବ, ହୋଟେଲ କେବଳ ପାର୍ସଲ ଦେବ ।

Leave a Reply