ଆଲିଙ୍ଗନ ଏବଂ ହ୍ୟାଣ୍ଡସେକ୍‌କୁ ଟୋକିଓ ଅଲମ୍ପିକରେ ବାରଣ, ଅଲମ୍ପିକରେ ବଣ୍ଟାଯିବ ଦେଢ଼ ଲକ୍ଷରୁ ଅଧିକ କଣ୍ଡମ

1 min read

FILE PHOTO: A man wears a protective mask amid the coronavirus disease (COVID-19) outbreak in front of the giant Olympic rings in Tokyo, Japan, January 13, 2021. REUTERS/Kim Kyung-Hoon/File Photo

ନୂଆଦିଲ୍ଲୀ: କରୋନା କଟକଣା ସହ ଏଥର ହେବାକୁ ଯାଉଛି ଟୋକିଓ ଅଲମ୍ପିକ। ଏହି ଅଲମ୍ପିକରେ ରହିବ କରୋନାକୁ ନେଇ ବିଭିନ୍ନ ପ୍ରକାରର କଟକଣା। ଖେଳାଳି ଖେଳାଳି ମାନଙ୍କ ମଧ୍ୟରେ ଆଲିଙ୍ଗନ, ହାତ ମିଳାଇବା ଭଳି କାର୍ଯ୍ୟକୁ ଦୃଢ଼ ଭାବରେ ବାରଣ କରାଯାଇଛି। ଖାଲି ସେତିକି ନୁହେଁ ଚଳିତ ଥର ଆୟୋଜନ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକରେ ଦେଢ଼ ଳକ୍ଷରୁ ଅଧିକ ମାଗଣା କଣ୍ଡମ ବଣ୍ଟା ହେବାକୁ ଯାଉଛି। Japantoday.com ର ରିପୋର୍ଟ ଅନୁଯାୟୀ ଏଥର ଅଲମ୍ପିକ ପାଇଁ ଭାଇରସ୍ ନିୟମ ପୁସ୍ତକ ପ୍ରକାଶ ପାଇଥିଲା। ଯେଉଁଥିରେ ଏହି ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି।

ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରକାଶିତ ୩୩ ପୃଷ୍ଠାର ଭାଇରସ୍ ନିୟମ ବୁକରେ ଦର୍ଶାଯାଇଛି ଯେ ନିୟମ ଭାଙ୍ଗୁଥିବା ଖେଳାଳି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଖେଳରୁ ମଧ୍ୟ ବାହାର କରିଦିଆଯାଇପାରେ। ଖାଲି ସେତିକି ନୁହେଁ ପ୍ରତି ଚାରି ଦିନରେ ଥରେ ଖେଳାଳିମାନଙ୍କର କରୋନା ଟେଷ୍ଟ କରାଯିବ। ଏବଂ ଯେଉଁ ଖେଳାଳି କରୋନା ଦ୍ୱାରା ଆକ୍ରାନ୍ତ ଜଣାପଡ଼ିବ ସେମାନଙ୍କୁ ଖେଳରୁ ବାରଣ କରାଯିବ ବୋଲି ଏହି ବୁକରେ ଲେଖାଯାଇଛି।

ତେବେ ଯଦି ଦେଖିବା ବର୍ତ୍ତମାନର ନିୟମକୁ ଏପ୍ରିଲ୍ ଏବଂ ଜୁନରେ ସମୀକ୍ଷା କଲାପରେ ଆବଶ୍ୟକ ହେଲେ ନିୟମରେ ପରିବର୍ତ୍ତନ କରାଯାଇପାରେ। ଭାଇରସ୍‌ ନିୟମ ପୁସ୍ତକରେ ଆହୁରି ମଧ୍ୟ କୁହାଯାଇଛି ଯେ ଜାପାନକୁ ଆସୁଥିବା ଖେଳାଳି ମାନଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ରିପୋର୍ଟ ଦାଖଲ କରିବାକୁ ପଡିବ। ଏହାପରେ ଜାପାନରେ ପହଞ୍ଚିବା ପରେ ସେମାନଙ୍କର ଆଉଥରେ କରୋନା ଟେଷ୍ଟ କରାଯିବ। ତେବେ ଖେଳାଳି ମାନଙ୍କ ପାଇଁ କ୍ୱାରେଣ୍ଟାଇନର ନିୟମ ରହିବ ନାହିଁ ବୋଲି ଏହି ପୁସ୍ତକରେ କୁହାଯାଇଛି।

ଏଥରର ଟୋକିଓ ଅଲିମ୍ପିରେ ଖେଳାଳି ମାନେ ଜିମ, ପର୍ଯ୍ୟଟନ ସ୍ଥଳି, ସୋରୁମ, ରେଷ୍ଟୁରାଣ୍ଟ କିମ୍ବା ବାର୍‌କୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବୁକ୍‌ରେ ସ୍ଥିର କରାଯାଇଥିବା ସ୍ଥାନକୁ ହିଁ ଖେଳାଳିମାନେ ଯାଇପାରିବେ। ତେବେ ଆୟୋଜକମାନେ ଖେଳାଳି ମାନଙ୍କ ପାଇଁ କରୋନା ଟୀକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ଆୟୋଜକମାନେ କହିଛନ୍ତି ଯେ କରୋନା ବିପଦକୁ ହ୍ରାସ କରିବା ପାଇଁ ଜାପାନରେ ଖେଳର ସମୟ ସର୍ବନିମ୍ନ ରଖାଯିବ। ସେପଟେ AFP ରିପୋର୍ଟ ଅନୁଯାୟୀ ଏଥର ଦେଢ଼ ଲକ୍ଷ ମାଗଣା କଣ୍ଡୋମ ବଣ୍ଟନ କରାଯିବ ବୋଲି ଆୟୋଜକମାନେ ନିଶ୍ଚିତ କରିଛନ୍ତି। କିନ୍ତୁ ଯଥାସମ୍ଭବ ଲୋକଙ୍କୁ ଖେଳାଳିମାନେ ନଭେଟିବା ପାଇଁ ନିବେଦନ କରାଯାଇଛି।

Leave a Reply