ମୋଦିଙ୍କ ଅର୍ଥନୀତିକୁ ମନମୋହନଙ୍କ ଟାର୍ଗେଟ୍: କହିଲେ ୨୦୨୪ ସୁଦ୍ଧା କରିହେବନି ଲକ୍ଷ୍ୟ ହାସଲ

ଦୀର୍ଘ ଦିନର ନୀରବତା ପରେ କେନ୍ଦ୍ର ସରକାରଙ୍କ ୫ ଟ୍ରିଲିୟନ୍ ନାରାକୁ ଜବରଦସ୍ତ ଝଟକା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମୁମ୍ବାଇରେ ମନମୋହନ କହିଛନ୍ତି ଯେ, ୨୦୨୪ ସୁଦ୍ଧା ୫ ଟ୍ରିଲିୟନ୍ ଇକୋନୋମି ନେଇ କେନ୍ଦ୍ର ସରକାର ଯେଉଁ ନାରା ଦେଉଛନ୍ତି ତାହା ହାସଲ କରିହେବନାହିଁ । ବର୍ତ୍ତମାନ ସମୟରେ ଦେଶର ଅଭିବୃଦ୍ଧି ହାର ୫.୫ରୁ ୬ ପ୍ରତିଶତ ମଧ୍ୟରେ ରହୁଥିବା ବେଳେ ଲକ୍ଷ୍ୟ ହାସଲ କରିବାକୁ ହେଲେ ଅଭିବୃଦ୍ଧି ହାର ୭ରୁ ୮ ପ୍ରତିଶତ ହେବା ଦରକାର । ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ ଅନୁମାନ୍ କରିଛି । ସେ କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ୟ ୭.୩ ସମ୍ଭବ ବୋଲି ମନେ ହେଉନାହିଁ ।

ମହାରାଷ୍ଟ୍ରର ମୁମ୍ବାଇରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କେବଳ ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ଏବଂ ଖସୁଥିବା ଅର୍ଥନୀତି ରାଜ୍ୟରେ ଅଭିବୃଦ୍ଧି ହାରକୁ ପଛକୁ ଟାଣିଛି । ଏବେ ଦେଶର ପ୍ରତ୍ୟେକ ତୃତୀୟ ନାଗରିକ ପାଖରେ ଚାକିରି ନାହିଁ । ସେଭଳି ସ୍ଥଳେ ଦେଶର ଅଭିବୃଦ୍ଧିରେ ମୁମ୍ବାଇର ଭୂମିକା ବେଶ୍ ଅଧିକ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ୨୦୨୦୨୧ ବେଳକୁ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ହେବ । ')}

Leave a Reply

Your email address will not be published.