ବିକ୍ଷୋଭକାରୀଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଜବାବ; ’ଘର ତ ଜାଳିଦେଇଛ ଯିବି କୁଆଡ଼େ’

କଲମ୍ବୋ: ଘର ତ ଜାଳିଦେଇଛ ଯିବି କୁଆଡ଼େ । ବିକ୍ଷୋଭ କାରୀଙ୍କୁ କିଛି ଏଭଳି ଉତ୍ତର ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଙ୍ଘେ । କିଛି ଲୋକେ ପ୍ରତିବାଦ ନେଇ ଧମକ ଦେଉଥିବା ବେଳେ ରବିବାର ଶ୍ରୀଲାଙ୍କାର କାଣ୍ଡି ସହରରେ ଭାଷଣ ଦେବା ଅବସରରେ ଏଭଳି କହିଛନ୍ତି ବିକ୍ରମସିଂଘେ । ମୋର ଘର ନ ଥିବାରୁ ପ୍ରତିବାଦ ନ କରିବାକୁ ଆପଣମାନଙ୍କୁ ନିବେଦନ କରୁଛି। ମୁଁ ଘରକୁ ଫେରିଯାଏ ବୋଲି ଦାବି କରିବା ଅର୍ଥ ସମୟ ଅପଚୟ କରିବା। ବରଂ ପ୍ରତିବାଦକାରୀମାନେ ମୋ ପୋଡ଼ାଘର ତିଆରି କରିଦେବା ଉଚିତ । ଯାହାର ଘର ନାହିଁ, ତାଙ୍କୁ ଘରକୁ ଫେରିଯିବା କଥା କହିବାରେ କୌଣସି ଯଥାର୍ଥତା ନାହିଁ। ଘର ତୋଳା ସରିଲେ ପ୍ରତିବାଦକାରୀମାନେ ଘରକୁ ଫେରିଯିବା କଥା ଦାବି କରିପାରିବେ ବୋଲି ରାଷ୍ଟ୍ରପତି ବିକ୍ରମସିଂଘେ କହିଛନ୍ତି। ପ୍ରତିବାଦକାରୀମାନେ ରାଷ୍ଟ୍ରର ପୁନଃନିର୍ମାଣ କରନ୍ତୁ ଅଥବା ପୁଣି ଥରେ ତାଙ୍କ ଘର ତୋଳିଦିଅନ୍ତୁ ବୋଲି ରାଷ୍ଟ୍ରପତି କହିଥିବା ‘କଲମ୍ବୋ ଗେଜେଟ୍’ ପ୍ରକାଶ
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେବାଳିଆ ଦେଶକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବାରେ ସହାୟତା ନିମନ୍ତେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ ସହିତ ସମ୍ଭାବ୍ୟ ରାଜିନାମା କରାଇବାରେ ଦେଶର ଅସ୍ଥିର ଅବସ୍ଥା ବିଳମ୍ବ କରାଇଛି । ଏଣୁ ସବୁ ରାଜନୈତିକ ଦଳ ମିଶିକରି କାର୍ଯ୍ୟ କରିବା ଆବଶ୍ୟକ ।
ସୂଚନା ଯୋଗ୍ୟ ଯେ, ବିକ୍ଷୋଭକାରୀମାନେ ଜୁଲାଇ ୯ ତାରିଖରେ ବାସଭବନରେ ନିଆଁ ଲଗାଇଦେଇଥିଲେ ।