spot_img

Latest Posts

ଆବାସ ଯୋଜନା କାହା ପାଇଁ ? ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର ଖଣ୍ଡେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁରେ ଦୁଇ ହିତାଧିକାରୀଙ୍କୁ ମିଳିନି ଘର ଫଳରେ ଭଙ୍ଗା ଦଦରା ପଲିଥିନ ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି ସରକାର ଶୀଘ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି

ଭାଙ୍ଗି ଯାଇଛି ଘର ବାହାର ଅବସ୍ଥା ଯେମିତି ଭିତର ଅବସ୍ଥା ତାଠୁ ଅଧିକ ଖରାପ ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି ଏହାରି ଭିତରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ଯ ହେଉଛନ୍ତି ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ତାଙ୍କ ପରିବାର ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁର ଅସହାୟ ବୃଦ୍ଧ ଜଙ୍ଗଲ କଲାୟତଙ୍କ ଘର ଏଇଠି ତାଙ୍କର ରୋଷେଇ, ଖାଇବା ଶୋଇବା ସେହିପରି ଆଏବାନ କଲାୟତଙ୍କୁ ମଧ୍ଯ ଘର ଖଣ୍ଡେ ମିଳିନଥିବାରୁ ସେ ମଧ୍ଯ ଭଙ୍ଗା ଚାଳ ଘରେ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି

ଏବେ ବୟସର ସାୟାହ୍ନରେ ଏହି ଦୁଇ ପରିବାରର ସଦସ୍ୟ ବର୍ତ୍ତମାନ ବର୍ଷା ହେଉଥିବାରୁ କେତେବେଳେ ଯେ ଘର ଭାଙ୍ଗି ଯିବ ସେଇ ଆଶଙ୍କାରେ ସେ ମୂଲ ଲାଗିବାକୁ ବି ଯାଇ ପାରୁନାହାନ୍ତି ଯେଣତେଣ ପ୍ରକାରେ ପରିବାର ଚଳାଇ ନେଉଛନ୍ତି କିନ୍ତୁ ଘର ଖଣ୍ଡେ କରିବାକୁ ତାଙ୍କର ସମର୍ଥ ନାହିଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ସେମାନେ ଅନେକ ଅଫିସକୁ ଯାଇ ଦରଖାସ୍ତ ଦେଲେଣି ହେଲେ ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିପାରିନାହିଁ ଫଳରେ ଆଜିବି ପଲିଥିନ ଢାଙ୍କି ଦୟନୀୟ ଭାବେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଏହି ଦୁଇ ପରିବାର ଅପରପକ୍ଷେ ବିଡିଓ କହିଛନ୍ତି, ଏବେ ଆବାସ ଯୋଜନା ପାଇଁ ସର୍ଭେ କାମ ଜାରି ରହିଛି

Latest Posts

Don't Miss