ନନ୍ଦିଘୋଷ ବ୍ୟୁରୋ : ଗ୍ୟାସ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହା ସହିତ ସରକାର ସ୍ପଷ୍ଟ କରିଛନ୍ତି, ଓଡିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି । ସିଲିଣ୍ଡର ଗ୍ୟାସ ମଜୁତ ରହିଥିବାରୁ ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ।
ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲ ମାନଙ୍କୁ ସହଜତା ମିଳିବ । ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି । ସେଥିପାଇଁ ଶୀଘ୍ର କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି । ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛି ।ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନ ସାଧାରଣ ଭାବେ ଚାଲିଛି ଏବଂ କୌଣସି ବିଘ୍ନ ନାହିଁ । ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

