ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, କାଲି ସବୁ ସ୍କୁଲ ଖୋଲିବ : ଏସଆରସି

1 min read

ରାଜ୍ୟରେ ଲଗାଣ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ରାଜ୍ୟରେ ବାତ୍ୟାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହେଇଥିବା ବର୍ଷାରେ ୮ଟି ଜିଲ୍ଲାରେ ୧୦୦ ମି.ମିରୁ ଅଧିକ ବର୍ଷା ରେକର୍ଡ ହେଇଛି । ଭଦ୍ରକରେ ୧୫୨ ମିଲିମିଟର, ପୁରୀରେ ୧୩୫ ମିଲିମିଟର, କଟକରେ ୧୩୦ ମିଲିମିଟର ଓ ବାଲେଶ୍ୱରରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦୁଇ ଦିନ ଭିତରେ ଭୁବନେଶ୍ୱରରେ ୨୫୩ ମିମି ବର୍ଷା ରେକର୍ଡ ହେଇଛି । ରାଜ୍ୟରେ କେଉଁଠାରେ ବି ବନ୍ୟା ପରିସ୍ଥିତି ହୋଇନଥିବା ଏସଆରସି ସୂଚନା ଦେଇଛନ୍ତି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଏସଆରସି ପି.କେ ଜେନା ସୂଚନା ଦେଇଛନ୍ତି । ବାତ୍ୟାନେଇ ବିଭିନ୍ନ ଗୁଜବକୁ ବିଶ୍ୱାସ ନକରିବାକୁ ଏସଆରସି ସୂଚନା ଦେଇଛନ୍ତି । ')}

Leave a Reply