spot_img

Latest Posts

ଆଜିଠୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ମନା

ପାରାଦୀପ: ସୋମବାରଠାରୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ମନା। ସମୁଦ୍ରରୁ ମାଛ ଧରିବା ଉପରେ ରୋକ୍ ଲଗାଯାଇଛି। ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ମାଛ ମାନଙ୍କର ଅଣ୍ଡାଦାନର ସମୟ , ମାଛ ବଂଶ ବୃଦ୍ଧି ପାଇଁ ସରକାର ଆଜିଠୁ ଜୁନ ୧୫ ପର୍ଯ୍ୟନ୍ତ ମାଛଧରା ଉପରେ ରୋକ୍ ଲଗାଇଛନ୍ତି। ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ସ୍ବାଗତ କରିଥିବା ବେଳେ, ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଦୁଇ ମାସ ପାଇଁ ସମୁଦ୍ରରେ ମାଛଧରା ବୋଟ୍ କି ଯନ୍ତ୍ର ଚାଳିତ ଡଙ୍ଗା ଚାଲିବ ନାହିଁ। ଦୁଇମାସ ମାଛଧରା ବନ୍ଦ ପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ପାରାଦ୍ଵୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର,  ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦ ପ୍ରଭୃତି ମତ୍ସ୍ୟଜୀବୀ ରହୁଥିବା ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ଯରେ ପ୍ରଚାର କରାଯାଇଥିଲା।

Latest Posts

Don't Miss