ଅଗଷ୍ଟ ଶେଷ ଯାଏଁ ଶୌଚାଳୟରେ ଲାଗିବନି ଶୁଳ୍କ…

ଭୁଚବନେଶ୍ୱର: ଅଗଷ୍ଟ ୩୧ ଯାଏଁ ସହରାଞ୍ଚଳର ଶୌଚାଳୟ ଫି’ ଛାଡ଼ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଶୌଚାଳୟ ଗୁଡିକ ଲୋକଙ୍କଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।

ସେହିଭଳି ରାଜ୍ୟରେ ସର୍ବାଧିକ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା ସୁଲଭ ଇଣ୍ଟରନାସନାଲକୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି । ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନ ଧାରଣମାନରେ ଉନ୍ନତି ଆଣିବା । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

ସେହିଭଳି ସହରାଞ୍ଚଳରେ ଅର୍ବାନ ୱେଜ୍‌ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍‌ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହା ଅଧିନରେ ପୌର ସଂସ୍ଥାଗୁଡିକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଶୌଚାଳୟରୁ ଫି ଛାଡ଼ ପାଇଁ ପତ୍ର ଲେଖାଯାଇଛି ।

Leave a Reply