ଏଥର ଗଣେଶ ପୂଜାରେ ଶୁଭିବନି ଡିଜେ

1 min read

ଭୁବନେଶ୍ବର : ଏଥର ଗଣେଶ ପୂଜାରେ ବାଜିବନି ଡିଜେ । ଡିଜେ ବାଜି ଗତବର୍ଷ ଜୀବନ ଗଲାପରେ ପୋଲିସର କଡା ନିଷ୍ପତ୍ତି । ସେହିପରି ଚାନ୍ଦା ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ଆସୁଛି ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା । ଡିଜେ ନୁହେଁ, ଏଥର ଗଣେଶ ପୂଜା ଓ ଭସାଣିବେଳେ ରାଜଧାନୀରେ ବାଜିବ ପାରମ୍ପରିକ ବାଦ୍ୟ । ଉଭୟ ମେଲୋଡି, ଭସାଣିରେ ବନ୍ଦ ହେଲା ଡିଜେ । ସେପ୍ଟେମ୍ୱର ୭ ତାରିଖରେ ଗଣେଶ ପୂଜା । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଏକ କୋ ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ଅନୁଷ୍ଠିତ ହୋଇଛି । ପୂଜାକୁ କିଭଳି ନିଶାମୁକ୍ତ କରାଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିସିପି । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ ।

ସିସିଟିଭି ନଜରରେ ରହିବ ସାରା ସହର । କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ ରେ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣ ପାଇଁ ସ୍ଥିର କରାଯାଇଛି । ଆସନ୍ତା ୨୨ ତାରିଖରୁ ଡିସିପି ଅଫିସ ଲାଇସେନ୍ସ ସେଲରୁ ଅନୁମତି ପାଇଁ ଫର୍ମ ଗ୍ରହଣ କରିବେ ପୂଜା କମିଟି । କୋର୍ଟରୁ ନୋଟାରୀ ବଣ୍ଡ ମିଳିବା ପରେ ବିଏମସି, ଅଗ୍ନିଶମ, ବିଦ୍ୟୁତ ବିଭାଗରୁ NOC ଆଣିବେ । ପରେ R and B ଓ Watco ରୁ ଅନୁମତି ନେଇ ଏହାକୁ ଥାନାରେ ଦାଖଲ କରିବେ । ପୋଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।