spot_img

Latest Posts

ଭବିଷ୍ୟବାଣୀ, ସାତ ବର୍ଷ ପରେ ଅମର ହୋଇଯିବ ମଣିଷ..

ନନ୍ଦିଘୋଷ ବ୍ୟୁରୋ: ଅମର ହେବା କଥା କେବେ ଭାବିଛନ୍ତି କି? ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରତ୍ଯେକ ପ୍ରାଣୀର ଦିନେ ନା ଦିନେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । କିନ୍ତୁ ବଦଳିବାକୁ ଯାଉଛି ସମୟ। ଆଉ ସାତ ବର୍ଷ ପରେ ମରିବ ନାହିଁ ମଣିଷ ! ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଗୁଗଲର ଜଣେ ପୂର୍ବତନ ବୈଜ୍ଞାନିକ । ଅନେକ ପୌରାଣିକ କାହାଣୀରେ ଆମେ ଭଗବାନଙ୍କ ଅମରତ୍ୱର ଗାଥା ଶୁଣିଛେ। ଅମରତାକୁ ନେଇ ଅନେକ ଲୋକ ଭବିଷ୍ୟବାଣୀ କରିଆସୁଛନ୍ତି। ପୂର୍ବତନ ଗୁଗୁଲ ଇଂଜିନିୟର ରୟ କୁର୍ଜବିଲ୍ ସାତ ବର୍ଷ ପରେ ମଣିଷ ଅମର ହେବା ନେଇ ଭବିଷ୍ୟବାଣୀ କରିଛନ୍ତି ।

ତାଙ୍କର ୮୬ ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ତାଙ୍କର ଦାବି ଅନୁଯାୟୀ, ସାତ ବର୍ଷ ପରେ ମଣିଷ ଅମର ହୋଇଯିବ। ଅର୍ଥାତ୍ ୨୦୩୦ ସୁଦ୍ଧା ମଣିଷ ଅମରତ୍ୱ ହାସଲ କରିବ। ବୈଜ୍ଞାନିକ ଜଣକ କହିଛନ୍ତି ଯେ ବିଶ୍ୱରେ ଦିନକୁ ଦିନ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ ଘଟୁଛି। ଯାହା ସିଧାସଳଖ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତେବେ କୁର୍ଜବିଲ ପୂର୍ବରୁ ମଧ୍ୟ ଏପରି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଛି।

କେମିତି ଅମର ହେବ ମଣିଷ ?

୨୦୧୭ରେ କୁର୍ଜବିଲ ଏକ ସାକ୍ଷାତକାରରେ କହିଥିଲେ ଯେ, ଆଗାମୀ ସମୟରେ କମ୍ପ୍ୟୁଟରର ଶକ୍ତି ଏତେ ଅଧିକ ହେବ ଏବଂ ଏହାର କ୍ଷେତ୍ର ଏତେ ବିସ୍ତୃତ ହେବ ଯେ ଅମରତା ମଣିଷର ହାତ ମୁଠାରେ ରହିବ। ୨୦୨୯ ସୁଦ୍ଧା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ମଣିଷ ନୂଆ ନୂଆ ଦକ୍ଷତା ହାସଲ କରିବ । ୨୦୪୫ ବେଳକୁ ଆମେ ସୃଷ୍ଟି କରିଥିବା AIର ବୁଦ୍ଧି ସହିତ ମିଶାଇ ଆମେ ନିଜର ବୁଦ୍ଧିମତାକୁ କୋଟି କୋଟି ଗୁଣ ବଢାଇବାର ଚମତ୍କାର କରିବାକୁ ଯାଉଛି। ରୋବଟିକ୍ ସାଇନ୍ସର ବିକାଶ ସହିତ ନାନୋ ବୋଟ୍ସ ତିଆରି ହେବ।

କୁର୍ଜବିଲ ନାନୋଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ମଧ୍ୟ କହିଛନ୍ତି। ତାଙ୍କର କହିବା ଅନୁଯାୟୀ, ଉଭୟଙ୍କ ମିଶ୍ରଣରେ ବୟସକୁ ହ୍ରାସ କରିବା ପାଇଁ ଏକ ଡିଭାଇସ୍ ପ୍ରସ୍ତୁତ କରାଯିବ ଯାହାର ନାମ ନାନୋବଟ୍ସ୍ ହେବ । ଆଗାମୀ ଦିନରେ ନାନୋବଟ୍ସ୍ ସହାୟତାରେ ମଣିଷ ଶରୀରର ସମସ୍ତ ରୋଗ ଠିକ୍ କରାଯାଇପାରିବ । ଏଭଳି ନାନୋ ବୋଟ୍ସ ବୟସ ବଢାଉଥିବା ସେଲ୍ସର ଅବକ୍ଷୟକୁ ରୋକିଦେବେ। ଫଳରେ ମଣିଷର ବୟସ ବଢିବ ନାହିଁ। ଏହା ସହିତ ରୋଗ ସୃଷ୍ଟିକାରୀ ସେଲସକୁ ମଧ୍ୟ ନାନୋ ବୋଟ୍ସ ଧ୍ୱଂସ କରିଦେବେ।

Latest Posts

Don't Miss