UPI ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବନି ଚାର୍ଜେସ୍, ଜାଣନ୍ତୁ ପୂରା ଖବର
1 min read
ନୂଆଦିଲ୍ଲୀ: UPI ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଚାର୍ଜେସ୍। ଏହି ଖବରକୁ ନେଇ ଚିନ୍ତାରେ ରହିଥିଲେ ଅନଲାଇନ୍ ପେମେଣ୍ଟ କରୁଥିବା ଗ୍ରାହକ । ୨୦୦୦ରୁ ଅଧିକ ନେଣଦେଣ ଉପରେ ୧.୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ । ଗୁଗୁଲ ପେ, ଫୋନ୍ ପେ ଓ ପେଟିଏମ୍ ଭଳି ପ୍ଲାଟଫର୍ମରେ ଆପଣଙ୍କୁ ୨୦୦୦ର ଟ୍ରାଞ୍ଜାକ୍ସନ ଉପରେ ଅଧିକ ପଇସା ଦେବାକୁ ପଡିବ ।
ଏନପିସିଆଇର ସର୍କୁଲାର ପରେ UPI ମହଙ୍ଗା ହେବକି? ଏହି ଚାର୍ଜେସ ସମସ୍ତ ଅନଲାଇନ୍ ପେମେଣ୍ଟ ଉପରେ ଲାଗୁ ହେବ । ନା କିଛି ଖାସ୍ ଟ୍ରାଞ୍ଜାକ୍ସନ ଉପରେ ଲାଗୁ ହେବ । ଏସବୁକୁ ନେଇ ଚିନ୍ତିତ ଥିଲେ ଆପଣଙ୍କ ପାଇଁ ଖୁସି ଖବର, କାରଣ UPI ଟ୍ରାଞ୍ଜାକ୍ସନରେ ସମସ୍ତଙ୍କୁ ଦେବାକୁ ପଡିବନି ଚାର୍ଜେସ୍ ।
ସର୍କୁଲାର ଅନୁସାରେ, ଏହି ଚାର୍ଜେସ୍ କେବଳ ମର୍ଚେଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଲାଗିବ । ଏହାର ଅର୍ଥ ହେଉଛି ଏହି ଚାର୍ଜେସ୍ ବ୍ୟାଙ୍କ ଓ ପ୍ରିପେଡ ୱାଲେଟ୍ ମଧ୍ୟରେ ହେଉଥିବା ପିଅର ଟୁ ପିଅର (p2p) ଓ ପିଅର ଟୁ ମର୍ଚେଣ୍ଟ (p2m) ଟ୍ରାଞ୍ଜାକ୍ସନ ଉପରେ ଲାଗୁ ହେବ ନାହିଁ । ଫଳରେ ଆପଣଙ୍କୁ ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡିବନି । ବିନା ଟେନସନରେ ଆପଣ ଅନଲାଇନ ପେମେଣ୍ଟ କରିପାରିବେ ।
କେଉଁମାନେ ଦେବେ ଚାର୍ଜେସ?
ନୂଆ ପ୍ରସ୍ତାବ କେବଳ ୱାଲେଟ୍ ବା ପିପିଆଇ ପାଇଁ ଲାଗୁ ହେବ । ଯଦି ଆପଣ ୱାଲେଟରୁ ଦୁଇ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଆପଣଙ୍କୁ ଇଣ୍ଟରଚେଞ୍ଜ ଫି ଦେବାକୁ ପଡିବ । ଅର୍ଥାତ୍ ୱାଲେଟ ଓ କ୍ରେଡିଟ୍ କାର୍ଡରୁ ୟୁପିଆଇ ପେମେଣ୍ଟ କରୁଛନ୍ତି ତାହେଲେ ଚାର୍ଜେସ୍ ଲାଗିବ । ଏଥିରେ ଆପଣଙ୍କୁ ଟୋଟାଲ୍ ପେମେଣ୍ଟର ୧.୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ । ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି ଏଥିରେ ପଇସା କଟିବ । କିନ୍ତୁ ବ୍ୟାଙ୍କ ଟୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଫ୍ରି ରହିଛି ।
ସାଧାରଣ ଜନତାଙ୍କ ଉପରେ କି ପ୍ରଭାବ ପକାଇବ?
ସାଧାରଣ ଲୋକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । ଏପରିକି ଦୁଇ ହଜାରରୁ କମ୍ ଟ୍ରାଞ୍ଜାକ୍ସନ କରୁଥିବା ମର୍ଚେଣ୍ଟ ଉପରେ ମଧ୍ୟ କିଛି ପ୍ରଭାବ ପକାଇବ ନାହିଁ ।
କିନ୍ତୁ ଯଦି ଆପଣ କୌଣସି ବ୍ୟକ୍ତି ବା ଦୋକାନୀଙ୍କୁ ଅନଲାଇନ୍ ପେମେଣ୍ଟ କରୁଛନ୍ତି ଏବଂ ପେମେଣ୍ଟ ର ବିକଳ୍ପ ଭାବେ ବ୍ୟାଙ୍କ ଆକାଉଣ୍ଟ ଚୟନ କରୁଛନ୍ତି ,ତାହେଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ତେଣୁ ଯେତେବେଳେ କୌଣସି ଦୋକାନୀଙ୍କୁ ଆପଣ କିଛି ପେମେଣ୍ଟ୍ କରୁଛନ୍ତି ସେତେବେଳେ ୱାଲେଟ୍ ବଦଳରେ ବ୍ୟାଙ୍କ ଆକାଉଣ୍ଟକୁ ଚୟନ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ୟୁପିଆଇ ସହିତ ଯୋଡି ହୋଇଥାଏ। ସରଳ ଅର୍ଥରେ କହିଲେ ଫୋନ୍ ପେ,ଗୁଗଲ ପେ ଭଳି ଆପରେ ବ୍ୟାଙ୍କ ଆକୁଣ୍ଟ ସହିତ ୱାଲେଟ୍ ବାଛିବାର ବିକଳ୍ପ ମଧ୍ୟ ମିଳିଥାଏ। ଯେତେବେଳେ ଆପଣ କିଛି ପେମେଣ୍ଟ୍ କରିବାକୁ ଚାହୁଁଛନ୍ତି ସେତେବେଳେ ଫୋନପେ ବା ଗୁଗଲ ପେ ରେ ଥିବା ୱାଲେଟ୍ ଦ୍ୱାରା ପେମେଣ୍ଟ ନକରି ନିଜ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ପେମେଣ୍ଟ୍ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଏହି ସବୁ ଆପରେ ଦେଖାଇଥାଏ।
ସେହିଭଳି ଆପଣ ଯଦି କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୟୁପିଆଇ ଦ୍ୱାରା ଟଙ୍କା ପଠାଉଛନ୍ତି ତା ଉପରେ ମଧ୍ୟ କୌଣସି ପ୍ରକାରର ଫି ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପେମେଣ୍ଟ କରୁଛନ୍ତି ତେବେ ନା ଗ୍ରାହକ ନା ଦୋକାନୀ, କାହାକୁ ବି ଚାର୍ଜ ଲାଗିବ ନାହିଁ । ୱାଲେଟରେ ଦୁଇ ହଜାରରୁ ଅଧିକ ପେମେଣ୍ଟ କରୁଛନ୍ତି ତେବେ ମଧ୍ୟ ଗ୍ରାହକଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ ।
ସେହିଭଳି ଯଦି ଜଣେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟରୁ ଲିଙ୍କ ଥିବା ୟୁପିଆଇ ଦ୍ୱାରା ଦୋକାନୀଙ୍କୁ ପେମେଣ୍ଟ କରୁଛନ୍ତି ତେବେ ଉଭୟଙ୍କୁ କୌଣସି ପ୍ରକାର ସରଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଗ୍ରାହକ ୱାଲେଟ ଜରିଆରେ ଦୁଇ ହଜାରରୁ ଅଧିକ ଟଙ୍କା ପେମେଣ୍ଟ କରୁଛନ୍ତି ତେବେ ଦୋକାନୀଙ୍କୁ ସଚାର୍ଜ ଦେବାକୁ ପଡିବ । ଯାହାକୁ ମଧ୍ୟ ଇଣ୍ଟରଚେଞ୍ଜ ଫିସ୍ ବୋଲି କୁହାଯାଏ ।