ଓଡ଼ିଶାରେ ମାତ୍ର ୮୦ଟି କରୋନା ମାମଲା ସକ୍ରିୟ, ୧୫ଜିଲ୍ଲାରେ ନାହାନ୍ତି ରୋଗୀ

ଭୁବନେଶ୍ୱର: ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ଟ୍ରେଣ୍ଡ ୨ ହଜାର ପ୍ଳସ୍ରେ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି, ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ । ରାଜ୍ୟରେ ମାତ୍ର ୮୦ ଟି ସକ୍ରିୟ ରୋଗୀ ଅଛନ୍ତି । ୧୫ଟି ଜିଲ୍ଲାରେ ରୋଗୀ ନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଟିକାକରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ ଆମର ଏତେଟା ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନେଇ ଯାଆନ୍ତୁ । ପ୍ରିକସନ୍ ଡୋଜ ବି ନିଅନ୍ତୁ । ଟିକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ । ଏହା ସତ୍ତ୍ୱେ ବି ମାସ୍କ, ପିନ୍ଧିବା ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି ।