ରାତି ୧୨ଟା ଯାଏ ଖୋଲା ରହିବ ପାକିସ୍ତାନ ସୁପ୍ରିମକୋର୍ଟ, ଅନାସ୍ଥା ଭୋଟିଂ ନହେଲେ ଗିରଫ !

No Confidence Motion Imran Khan To Be Arrested

ଇସଲାମାବାଦ: କଣ ହେବ ଇମ୍ରାନଙ୍କ ଭାଗ୍ୟ ? ଶେଷରେ ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟିଂ ପାଇଁ ରାଜି ହୋଇଛନ୍ତି ଅଧ୍ୟକ୍ଷ । ଭୋଟିଂ ପରେ ହିଁ ସ୍ପଷ୍ଟ ହୋଇଯିବ ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ରହିବ ନା ଯିବ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ । କ୍ଷମତାରେ ରହିବା ପାଇଁ ଇମ୍ରାନଙ୍କ ଦଳ ପିଟିଆଇକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏବେ ଇମ୍ରାନଙ୍କ ପାଖରେ ୧୪୨ ସାଂସଦଙ୍କ ସମର୍ଥନ ରହିଛି । ଯେତେବେଳେ ବିରୋଧୀ ୧୯୯ ସାଂସଦଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ।

No Confidence Motion Imran Khan To Be Arrested

ତାଜା ସୂଚନା ଅନୁସାରେ, ପାକିସ୍ତାନ ସୁପ୍ରିମକୋର୍ଟ ରାତି ୧୨ଟା ଯାଏ ଖୋଲା ରଖିବାକୁ ପ୍ରଧାନବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଇସଲାମାବାଦ ହାଇକୋର୍ଟ ମଧ୍ୟ ଖୋଲା ରଖିବାକୁ କୁହାଯାଇଛି । ନ୍ୟାସନାଲ୍ ଆସେମ୍ବ୍ଲି ଅଧ୍ୟକ୍ଷ ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ରାଜି ହୋଇଛନ୍ତି । ଅନ୍ୟପଟେ ଇମ୍ରାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଲାଗି ପାକିସ୍ତାନ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି ।

ତେବେ ଅଧରାତି ଯାଏ ସମସ୍ତ କୋର୍ଟ ଖୋଲା ରଖିବା ପଛର କାରଣ ଅନ୍ୟ କିଛି କୁହାଯାଉଛି । ରାତି ୧୨ଟା ମଧ୍ୟରେ ଅନାସ୍ଥା ଉପରେ ଭୋଟିଂ ନହେଲେ ଇମ୍ରାନ ଖାନକୁ ଗିରଫ କରାଯାଇ ପାରେ । ଇମ୍ରାନଙ୍କ ସହ ସଂସଦ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଗିରଫ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ପ୍ରଧାନବିଚାରପତି ସୁପ୍ରିମକୋର୍ଟରେ ପହଞ୍ଚି ସାରିଛନ୍ତି ।