spot_img

Latest Posts

ଲୋକସଭାରେ ରାହୁଲଙ୍କ ଭାଷଣ ଡିମାଣ୍ଡ କଲେ ବିଜେପି ସାଂସଦ, ଜାଣନ୍ତୁ କିଏ କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରାୟ ୧୩୭ ଦିନ ପରେ ସଂସଦରେ ବିରୋଧି ଦଳ ନେତା ଭାବେ ମଙ୍ଗ ସମ୍ଭାଳିଛନ୍ତି ରାହୁଲ ଗାନ୍ଧୀ । ସୂଚନା ଅନୁଯାୟୀ, ଅଗଷ୍ଟ ୧୦ ଯାଏଁ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିବ । ଆଉ ଅନ୍ତିମ ଦିନରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ।  ତେବେ ଜାଣନ୍ତୁ ଅନାସ୍ଥା ପ୍ରସ୍ତାବକୁ ନେଇ କିଏ କ’ଣ କହିଲେ…

ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ଏକ ନୂଆ ରଣନୀତି ନେଇ ଗୃହକୁ ଓହ୍ଲାଇଛି। ଏହି ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ ପ୍ରଥମେ ପ୍ରହ୍ଲାଦ ଯୋଶୀ ଏବଂ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାଷଣ ପାଇଁ ଡିମାଣ୍ଡ କରିଥିଲେ। ଯାହାକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା ।

ସୂଚନା ଅନୁସାରେ ମଙ୍ଗଳବାର ଯେତେବେଳେ  ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରିବାକୁ ଆସିଥିଲେ ସେତେବେଳେ ବିଜେପି ସାଂସଦ ବର୍ଷିବା ସହ ଏକାମ ରାହୁଲ ଗାନ୍ଧୀ କରିବା ଉଚିତ୍ ବୋଲି କହିଥିଲେ । ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ଯେ ଆମେ ରାହୁଲଙ୍କ ଭାଷଣ ଶୁଣିବାକୁ ଚାହୁଁଛୁ। କିନ୍ତୁ ସଂସଦରେ ପ୍ରଥମ ଭାଷଣ ଦେଇଥିଲେ ଗୌରବ ଗୋଗୋଇ ।

ତେବେ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମଣିପୁର ପ୍ରସଙ୍ଗରେ ଗୌରବ ଗୋଗୋଇ କହିଥିଲେ, ମଣିପୁର ନ୍ୟାୟ ମାଗୁଛି । ଏହି ରାଜ୍ୟର ଝିଅ, କୃଷକ ଓ ଛାତ୍ର ମାନେ ନ୍ୟାୟ ମାଗୁଛନ୍ତି । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । ମଣିପୁର ବର୍ବରୋଚିତ ଭାଇରାଲ ଭିଡିଓ ଦେଖି ଦେଶ ସ୍ତବ୍ଧ । ମଣିପୁର ପ୍ରସଙ୍ଗ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ କେବେ ମୌନବ୍ରତ ଭାଙ୍ଗିବେ ଆମେ ଜାଣିବାକୁ ଚାହୁଁଛୁ। ଆଉ ପ୍ରଥମ ପ୍ରଶ୍ନ ପଚାରିବାକୁ ଚାହୁଁଛୁ-  ପ୍ରଧାନମନ୍ତ୍ରୀ ଆଜି ଯାଏଁ ମଣିପୁର କାହିଁକି ଯାଇନାହାଁନ୍ତି?

ଦ୍ୱିତୀୟରେ ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାମନ୍ତ୍ରୀଙ୍କୁ ୮୦ ଦିନ କାହିଁକି ଲାଗିଗଲା? ତାହା ପୁଣି ମାତ୍ର ୩୦ ସେକେଣ୍ଡ ପାଇଁ?

ତୃତୀୟ ପ୍ରଶ୍ନରେ- ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ଆଜି ଯାଏଁ କାହିଁକି ଗାଦିଚ୍ୟୁତ କରାଗଲା ନାହିଁ?

ଖାଲି ଏତିକି ନୁହେଁ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟସଭାରେ ମଧ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଛି । ଟିଏମସିର ସାଂସଦ ଡେରେକ ଓ ବ୍ରାୟନ ଏତେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ, ସେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଏହି ଘଟଣାରେ ଡେରେକଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରିଦିଆଯାଇଛି ।

 

Latest Posts

Don't Miss