ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ
1 min readନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ । କରୋନା କଟକଣା ଯୋଗୁଁ ଚଳିତବର୍ଷ ଜନରାଜ୍ୟ ଦିବସ ଅବସରରେ କୌଣସି ବିଦେଶୀ ଅତିଥି ସାମିଲ ହେବେ ନାହିଁ । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ବିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଆମନ୍ତ୍ରଣଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ସ୍ୱୀକାର ବି କରିଥିଲେ ।
Due to the global COVID19 situation, it has been decided that this year there will not be any foreign head of state or government as the chief guest for our Republic Day event: Anurag Srivastava, MEA Spokesperson pic.twitter.com/y1da7cIzoJ
— ANI (@ANI) January 14, 2021
ତେବେ କରୋନାର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ସେ ଭାରତ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ଏନେଇ ସେ ଫୋନ୍ କରି ମୋଦିଙ୍କୁ ଜଣାଇଛନ୍ତି ବୋରିସ୍ ଜନସ । ବ୍ରିଟିଶ ପ୍ରଧାନମନ୍ତ୍ରୀ ମନା କରିବା ପରେ ୧୯୬୬ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କୌଣସି ବିଦେଶୀ ଅତିଥୀ ଜନରାଜ୍ୟ ଦିବସ ସମାରୋହରେ ସାମିଲ୍ ହେବେ ନାହିଁ ବୋଲି କୁହାଯାଇଛି ।
ଚତୁର୍ଥ ଥର ପାଇଁ ଭାରତର ଗଣତନ୍ତ୍ର ଦିବସ ସମାରୋହରେ କେହି ମୁଖ୍ୟ ଅତିଥି ରହିବେ ନାହିଁ । ଏହା ପୂର୍ବରୁ ୧୯୫୨, ୧୯୫୩ ଓ ୧୯୬୬ରେ ଏମିତି ହୋଇଥିଲା । ଏପରିକି ଅନେକ ଥର ଗଣତନ୍ତ୍ର ଦିବସ ସମାରୋହରେ ଦୁଇ ଦୁଇ ଜଣ ଅତିଥି ସାମିଲ୍ ହୋଇଛନ୍ତି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଦୁଇ ଜଣ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ୨୦୧୮ ମସିହାରେ ଏସିଆ ମହାଦେଶର ୧୦ ଦେଶର ପ୍ରମୁଖ ଅତିଥି ରୂପେ ସାମିଲ୍ ହୋଇଥିଲେ ।