ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ: ପ୍ରସନ୍ନ

1 min read

ଭୁବନେଶ୍ବର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକକୁ ଯିବାକୁ ବିଜେଡି ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣେଚ୍ଛଦ ପକାଇଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ ସ୍ପଷ୍ଟ କରିଛନ୍ତିଳ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଦଳ ଆଜି ବି ସବୁ ରାଜନୈତିକ ଦଳଙ୍କଠାରୁ ସମ ଦୂରତା ବଜାୟ ରଖିଛି ।

ସେ କହିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ସେଠିକି ଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସୀମା ନିର୍ଦ୍ଧାରଣକୁ ନେଇ ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନବୀନଙ୍କୁ ନିମନ୍ତ୍ରଣ ପରେ ଜୋର ଧରିଛି ରାଜନୈତିକ ଚର୍ଟ୍ଟା । ଆସନ୍ତା ୨୬ରେ ଚେନ୍ନାଇରେ ଏହି ସ୍ବତନ୍ତ୍ର ବୈଠକ ବସିବ । ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ ରାଜ୍ୟ ଏଥିରେ ସାମିଲ ହେବେ । ନବୀନ ଠିକଣା ସମୟରେ ଉଚିତ ନିଷ୍ପତ୍ତି ନେବେ ବୋଲି ଦଳ ଆଗରୁ କୁହାଯାଇଛି । ତେବେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିବାରୁ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।