spot_img

Latest Posts

ପୁଣି ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିପାରିଲା ନାହିଁ। ଆର୍ଯ୍ୟନଙ୍କ ଜାମିନ ଶୁଣାଣିକୁ ବମ୍ବେ ହାଇକୋର୍ଟ ଆସନ୍ତାକାଲି ଯାଏଁ ଘୁଞ୍ଚାଇଛନ୍ତି। ଫଳରେ ଆଜି ବି ଆର୍ଯ୍ୟନ ଜେଲରେ ରହିବେ।

ମଙ୍ଗଳବାର ଦିନ ମଧ୍ୟ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ନେଇ ଶୁଣାଣି ହୋଇଥିଲା। ତାଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଆର୍ଯ୍ୟନ ଖାନଙ୍କ ନିକଟରୁ କୗେଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ। ପ୍ରଦିପ ଗାବା ଆର୍ଯ୍ୟନଙ୍କୁ ଅତିଥି ଭାବେ କ୍ରୁଜକୁ ଡାକିଥିଲେ।

ଆର୍ଯ୍ୟନ୍ ଖାନ ଗତ ୨୦ ଦିନ ହେବ ଆର୍ଥର ରୋଡ୍ ଜେଲରେ ରହି ଆସୁଛନ୍ତି। ସେସନ୍ କୋର୍ଟ ଦୁଇ ଥର ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏନସିବି ଗତ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ କ୍ରୁଜ୍ ସିପରେ ଆୟୋଜିତ ରେଭ୍ ପାର୍ଟିରେ ଧରିଥିଲା। ବମ୍ବେ ହାଇକୋର୍ଟ ଦିପାବଳୀ ବେକ୍ର ପୂର୍ବରୁ ଆର୍ଯ୍ୟନଙ୍କୁ ଜାମିନ ନମିଳିଲେ ଏହି ଷ୍ଟାର କିଡଙ୍କୁ ନଭେମ୍ବର ୧୫ ତାରିଖ ଯାଏଁ ଜେଲରେ ରହିବାକୁ ପଡିବ। କାରଣ ଦିପାବଳୀ ଛୁଟି ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ଯାଏଁ ହୋଇଥିବା ବେଳେ ୧୨ ଯାଏଁ କୋର୍ଟ ବନ୍ଦ ରହିବ। ୧୩ ଓ ୧୪ ତାରିଖ ଶନିବାର ଏବଂ ରବିବାର ପାଇଁ ଛୁଟି।

Latest Posts

Don't Miss