ରାମ ମନ୍ଦିରରେ ବ୍ୟବହାର ହୋଇନି ଟିକିଏ ବି ଲୁହା, କାହିଁକି ଜାଣନ୍ତୁ

ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ରାମ ଭକ୍ତମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ତାହା ଏବେ ଆସି ପହଞ୍ଚିଛି। ଅଯୋଧ୍ୟାରେ ରାମଙ୍କ ମନ୍ଦିର ପ୍ରସ୍ତୁତ ହୋଇସାରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିବ । କାରଣ ଏହି ମନ୍ଦିର ତିନି ମହଲା ବିଶିଷ୍ଟ ହେବ, ଯାହାର ପ୍ରଥମ ମହଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି | ବହୁତ ଗୁଡ଼ିଏ କାରଣ ପାଇଁ ରାମ ମନ୍ଦିର ଏବେ ଚର୍ଚ୍ଚାରେ ରହିଛି । ଏହି ସବୁ କାରଣ ମଧ୍ୟରୁ ଗୋଟିଏ କାରଣ ହେଲା ମନ୍ଦିର ନିର୍ମାଣରେ ଗୋଟିଏ ଗ୍ରାମ ବି ଲୁହା ବ୍ୟବହାର କରାଯାଇ ନାହିଁ?

ରାମ ମନ୍ଦିରର ଦୈର୍ଘ୍ୟ (ପୂର୍ବରୁ ପଶ୍ଚିମ) ୩୮୦ ଫୁଟ, ମୋଟେଇ ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ହେବ ଏବଂ କୌଣସି ଲୁହା ବିନା ଏହାକୁ ତିଆରି କରାଯାଇଛି । ପାରମ୍ପାରିକ ନାଗର ଶୖଳୀରେ ରାମ ମନ୍ଦିର ନିର୍ମାଣ କରାଯାଇଛି। ଶ୍ରୀ ରାମ ଜନ୍ନଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ,  ଲୁହା ବ୍ୟବହାର ନହେବା ହେତୁ ଏହି ମନ୍ଦିରର ବୟସ ଅତି କମରେ ଏକ ହଜାର ବର୍ଷ ହେବ।

ରାମ ମନ୍ଦିରକୁ ହଜାରେ ବର୍ଷ ଯାଏ ଯେପରି କିଛି ହେବନି ସେହି ଭାବେ ଡିଜାଇନ୍ କରାଯାଇଛି। ଏହାର ଅର୍ଥ ଏହା ଏକ ହଜାର ବର୍ଷ ପାଇଁ ମରାମତି ଆବଶ୍ୟକ ପଡ଼ିବ ନାହିଁ | ଏହାର ନିର୍ମାଣରେ ସିମେଣ୍ଟ, କଂକ୍ରିଟ୍ ଏବଂ ଲୁହା ଆଦି ବ୍ୟବହୃତ ହୋଇନାହିଁ | ମନ୍ଦିରର ମୂଳଦୁଆ ଭାବରେ କୃତ୍ରିମ ପଥର ବ୍ୟବହାର କରାଯାଇଛି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ରାମ ମନ୍ଦିରରେ କାହିଁକି ଲୁହା ବ୍ୟବହାର କରାଯାଇ ନାହିଁ? ଏହାକୁ ବ୍ୟବହାର ନ କରିବାର ମୁଖ୍ୟ କାରଣ ହେଉଛି ମନ୍ଦିରର ଆୟୁଷ | ଯଦି ଲୁହା ବ୍ୟବହାର କରାଯାଇଥାନ୍ତା ଲୁହା କଳଙ୍କିତ ହେବା କାରଣରୁ ଏହାକୁ ବାରମ୍ବାର ମରାମତି ଆବଶ୍ୟକ ହୋଇଥାନ୍ତା | ଏହି କାରଣରୁ ମନ୍ଦିରର ମୂଳଦୁଆ ଦୁର୍ବଳ ହୋଇଥାନ୍ତା । ଏହି ପଥର ବ୍ୟବହାର ଯୋଗୁ ପୂର୍ବରୁ ଅଧିକାଂଶ ମନ୍ଦିର ଏବଂ ଅଟ୍ଟାଳିକା ଆଜି ଯାଏ ସେମିତି ଠିଆ ହୋଇଛ ।