ବିହାର ବିଧାନସଭାରେ ବିଚିତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମଙ୍କ ଉପରେ ବିଗିଡ଼ି ଏମିତି କହିଲେ ନୀତିଶ କୁମାର

ପାଟନା: ବିହାର ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର । ରାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ଏବଂ ନୀତିଶଙ୍କ ମଧ୍ୟରେ ମୁହାଁମୁହିଁ । ଜିତନରାମଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ନୀତିଶ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରାଗର ସହ କଡ଼ା ଭାଷାରେ ସମାଲୋଚନା କରିଥିଲେ ନୀତିଶ । ସରକ୍ଷଣ ବିଲରେ ହୋଇଥିବା ସଂଶୋଧନକୁ ନେଇ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ କହିଥିଲେ କି, ମୁଁ ଏହାକୁ ବିଶ୍ବାସ କରେ ନାହିଁ । ସରକାର କଣ ସଂରକ୍ଷଣର ସମାକ୍ଷା କରିଛନ୍ତି କି? ପ୍ରତି ୧୦ ବର୍ଷରେ ଥରେ ସମୀକ୍ଷା କରାଯାଏ । ବିଲ୍ ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଥିଲେ ଯେ ବିହାରରେ ହୋଇଥିବା ଜାତିଗତ ଜନଗଣନାରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରତି ୧୦ ବର୍ଷରେ ସଂରକ୍ଷଣ ର ସମୀକ୍ଷା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ବିହାର ସରକାର ସଂରକ୍ଷଣର ସମୀକ୍ଷା କରିଛନ୍ତି କି ବୋଲି ମାଝୀ କହିଛନ୍ତି।

ଜିତନ ରାମଙ୍କ ଏଭଳି ମନ୍ତବ୍ୟ ପରେ ଚିହିଁକି ଉଠିଥିଲେ ନୀତିଶ । ଆଉ କଡ଼ା ଭାଷାରେ ସାମଲୋଚନା କରିଥିଲେ । କହିଥିଲେ କି, ଆମର ମୁର୍ଖତା ପାଇଁ ଜିତନ ରାମ ମୁଖ୍ୟମନ୍ତ୍ରୀ ବନିଥିଲେ । ତାଙ୍କର କୌଣସି ଧାରଣା ନାହିଁ । ଏବେ ସେ ରାଜ୍ୟପାଳ ହେବା ପାଇଁ ବିଜେପି ପଛରେ ବୁଲୁଛି । ସେ ମୋ ଆଗରେ କହୁଛି ମୁଁ ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ତାର କଣ ଆଇଡିଆ ଅଛି ଯେ ତାକୁ ମୁଁ ମୁଖ୍ୟମନ୍ତ୍ରୀ କରିଥିଲି ବୋଲି ।“ ବିଜେପି ବିଧାୟକଙ୍କ ଆଡ଼କୁ ଇଶାରା କରି ନୀତିଶ କହିଥିଲେ କି, ତାଙ୍କୁ ରାଜ୍ୟପାଳ ବନାଇ ଦିଅ । ବିହାର ବିଧାନସଭାରେ ନୀତିଶଙ୍କ ଏଭଳି ମନ୍ତବ୍ୟ ପରେ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି ।