ବିହାର ବିଧାନସଭା ଭଙ୍ଗ, ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଇସ୍ତଫା

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟପାଳ ଫାଗୁ ଚୌହାନଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଶୁକ୍ରବାର ଦିନ ନୀତୀଶ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ କଥା ଘୋଷଣା କରିଛନ୍ତି । ଏହା ସହ ସେ କ୍ୟାବିନେଟର ସବୁ ସଦସ୍ୟଙ୍କୁ ଧନ୍ୟବାଦ କହିଛନ୍ତି । ବିଧାନସଭା ଭଙ୍ଗ ସୁପାରିସ କରିବା ପାଇଁ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳଙ୍କୁ କ୍ୟାବିନେଟ୍ ଭଙ୍ଗ ସଂପର୍କିତ ସୂଚନା ମଧ୍ୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି ରାଜ୍ୟପାଳ ଆଗାମୀ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଦାୟୀତ୍ୱରେ ରହିବେ ବୋଲି କହିଥିଲେ । ବୈଠକ କାଳରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହା ପୂର୍ବରୁ ଶୁକ୍ରବାର ସକାଳେ ଏନଡିଏ ନେତାଙ୍କ ବୈଠକ ହୋିଥିଲେ ଯେଉଁଥିରେ ନଭେମ୍ବର ୧୫ ତାରିଖ ଦିପହର ୧୨.୩୦ରେ ଏନଡିଏ ବିଧାୟକଙ୍କ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଔପଚାରିକ ଭାବେ ମେଣ୍ଟ ନେତା ନିର୍ବାଚିତ ହେବେ ।

Leave a Reply