ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କଲେ ନୀତିଶ କୁମାର

ନୂଆଦିଲ୍ଲୀ: ଶେଷ ହୋଇଛି ଇଣ୍ଡିଆ ମେଣ୍ଟର ଭର୍ଚ୍ଚୁଆଲ ବୈଠକ । ଶନିବାର ଅନୁଷ୍ଠି ଏହି ବୈଠକରେ ତାଙ୍କୁ ସଂଯୋଜକ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି । ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ  । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟରେ ଏହାକୁ ନେଇ ସହମତି ପ୍ରକାଶ ପାଇଛି । ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗ୍ରହୀ ଥିଲେ । ମାତ୍ର ଆଜି ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ ଖଡଗେଙ୍କୁ ସଭାପତି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକ ସଶକ୍ତ ମେଣ୍ଟ ଗଠନ ଲାଗି ଚାଲିଛି ଦୀର୍ଘ ପ୍ରକ୍ରିୟା । ଏନେଇ ବସିଲାଣି ଅନେକ ବୈଠକ । ୨୬ଟି ବିରୋଧୀ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି । ଏନଡିଏକୁ ଜବାବ ଦେବା ଲାଗି ରଣନୀତି କରୁଛି ଇଣ୍ଡିଆ ମେଣ୍ଟ ।