ବିହାରରେ ୭୫ ପ୍ରତିଶତ ଜାତିଗତ ସଂରକ୍ଷଣ ପାଇଁ ନୀତିଶ କୁମାରଙ୍କ ପ୍ରସ୍ତାବ

ପାଟନା: ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜାତିଗତ ସଂରକ୍ଷଣ କାର୍ଡ ।  ମଙ୍ଗଳବାର ବିହାର ବିଧାନସଭାରେ ଜାତି ଗଣଗଣନା ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏହାର ଚର୍ଚ୍ଚା କରିବା ଅବସରରେ ରାଜ୍ୟରେ ଓବିସି ସଂରକ୍ଷଣ ୭୫ ପ୍ରତିଶତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସଂରକ୍ଷଣକୁ ୫୦ରୁ ୬୫ ପ୍ରତିଶତକୁ ବଢ଼ାଇବା ସହ ଇଡବ୍ଲ୍ୟୁଏସର ୧୦ ପ୍ରତିଶତକୁ ମିଶାଇ ମୋଟ ୭୫ ପ୍ରତିଶତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସଂରକ୍ଷଣ ପ୍ରତିଶତ ବଢ଼ାଇବାକୁ ଆଲୋଚନା କରାଯାଉଛି, ଏହି ଅଧିବେଶନ ମଧ୍ୟରେ ଏହାକୁ ଲାଗୁ କରିବାକୁ ଚାହୁଛୁ ବୋଲି ନୀତିଶ କହିଛନ୍ତି ।

ନୀତିଶ କହିଛନ୍ତି, ଏସସିକୁ ୧୬ରୁ ବଢ଼ାଇ ୨୦ ପ୍ରତିଶତ କରାଯିବ । ଏସଟି ସଂରକ୍ଷଣ ଏକ ପ୍ରତିଶତରୁ ବଢ଼ାଇ ୨ ପ୍ରତିଶତ କରାଯିବ । ଇବିସି ଓ ଓବିସିକୁ ମିଶାଇ ୪୩ ପ୍ରତିଶତ କରାଯିବ ।

ବିଧାନସଭାରେ ଉପସ୍ଥାପନ ହୋଇଥିବା ଜାତି ଆଧାରିତ ଗଣନା ରିପୋର୍ଟ ଅନୁସାରେ, ଅନୁସୂଚିତ ଜନଜାତିରେ ୪୨.୭୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି । ସେହିପରି ଅନୁସୂଚିତ ଜାତି ବର୍ଗରେ ୪୨.୯୩ ପ୍ରତିଶତ ଲୋକ ଗରିବ । ସରକାରୀ ହିସାବରେ ରାଜ୍ୟର ୩୩ ପ୍ରତିଶତ ଲୋକ ସ୍କୁଲ ଯାଇନାହାନ୍ତି । ରାଜ୍ୟର ସବୁଠାରୁ ଅଧିକ ଗରିବ ଭୂମିହରା ପରିବାର ହୋଇଥିବା ବେଳେ ତାଙ୍କ ପଛକୁ ବ୍ରାହ୍ମଣ ପରିବାର ଅଛନ୍ତି । ସେହିପରି ସାଧାରଣ ବର୍ଗରେ ୨୫.୦୯ ପ୍ରତିଶତ ପରିବାର ଗରିବ । ପଛୁଆ ବର୍ଗରେ ୩୩.୧୬ ପ୍ରତିଶତ ପରିବାର ଗରିବ ସୀମାରେଖା ତଳେ ଥିବା ବେଳେ ଇବିସି ବର୍ଗରେ ୩୩.୫୮ ଓ ଅନ୍ୟ ଜାତିରେ ୨୩. ୭୨ ପ୍ରତିଶତ ଗରିବ ସୀମାରେଖା ତଳେ ଅଛନ୍ତି ।