ବିହାରରେ ୮ଜୁନ୍ ରୁ ହଟିଯାଇପାରେ ଲକଡାଉନ : ଜାଣନ୍ତୁ କ’ଣ ହେଉଛି ବ୍ୟବସ୍ଥା

1 min read

ଲକଡାଉନରୁ କେବେ ମିଳିବ ଛୁଟି? ସାଧାରଣ ଲୋକଙ୍କ ଭିତରେ ଏନେଇ ପ୍ରଶ୍ନ । ତେବେ ଏହି ପ୍ରଶ୍ନର ଉତ୍ତର ବୋଧହୁଏ ବିହାର ଜନତାଙ୍କୁ ଖୁବ୍ ଶିଘ୍ର ମିଳିବାକୁ ଯାଉଛି । କାହିଁକି ନା ଆଶା ଅନୁସାରେ ଖୁବଶିଘ୍ର ବିହାରର ଲୋକଙ୍କୁ ଲକଡାଉନରୁ ଛୁଟି ମିଳିପାରେ । ଲକଡାଉନ-୪ ର ଅବଧି ୮ଜୁନକୁ ଶେଷ ହେବାର ଅଛି । ଆଉ ଏହା ପରେ ବିହାରରେ ଅନଲକର ସ୍ଥିତି ଆସିପାରେ । ତେବେ ସୂତ୍ର ଅନୁସାରେ ଜଣାପଡୁଛି ଯେ ବିହାର ମୁଖ୍ୟମନ୍ତ୍ରୀ ନିତିଶକୁମାର ସମସ୍ତ ଡିଏମଙ୍କ ଠାରୁ ମତାମତ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିହାରରେ ୮ଜୁନ୍ ପରେ ଲକଡାଉନ ଅବଧି ବଢିବା ଠିକ୍ ନୁହେଁ ବୋଲି ଆଲୋଚନା ହେଉଛି । ତାଛଡା ସମସ୍ତ ଡିଏମ କଡାକଡି ନିୟମ ଲାଗୁ କରିପାରିବେ ତାସହ ଜିଲ୍ଲାଧିକାରୀ ସଂକ୍ରମଣର ସ୍ଥିତିକୁ ଦେଖି ନିଜ ନିଜ ଅଂଚଳରେ ଚାହିଁଲେ ଲକଡାଉନ ଲାଗୁ କରିପାରିବେ ।

ତେବେ ଆସନ୍ତାକାଲି କରୋନା କ୍ରାଇସିସ ମେନେଜମେଣ୍ଟ ଗ୍ରୁପର ବୈଠକରେ ଏ ସମ୍ଭନ୍ଧରେ ଫଇସଲା କରାଯିବାର ଯୋଜନା ରହିଛି । ତେବେ ବିହାରର ଲକଡାଉନ ହଟିବା ସହିତ କିଛି ନିୟମର କୋହଳ ହେବାକଥା ବି ସୂତ୍ରରୁ ପ୍ରକାଶ ହେଉଛି । ବିହାରରେ ବିବାହ ପାଇଁ ନିର୍ଦ୍ଧାରିତ ହୋଇଥିବା ଲୋକସଂଖ୍ୟାରେ ପରିବର୍ତ୍ତନ ହେବ । କିନ୍ତୁ ଲକଡାଉନ ହଟିଗଲେ ବି ନିତି ନିୟମର ପାଳନରେ ଅବମାନନା ହେଲେ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ । ତେବେ ବର୍ତ୍ତମାନର ଲକଡାଉନ ସ୍ଥିତି ଯୋଗୁଁ କରୋନା ସଂକ୍ରମଣ ଉପରେ କିଛିକାଂଶରେ ରୋକ ଲାଗିପାରିଛି ।

ବିହାରରେ ଲକଡାଉନ ପରେ ୮୦ ପ୍ରତିଶତ ସଂକ୍ରମଣରେ କମ ଦେଖାଯାଉଛି । ଦେଶରେ ଦୈନିକ ସଂକ୍ରମଣ ଗତ ୫୮ ଦିନ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଆସି ୧.୨ ଲକ୍ଷରେ ପହଞ୍ଚିଥିବା ବେଳେ ପୂର୍ବଦିନ ଅପେକ୍ଷା ପାଖାପାଖି ୭୭୦ ଅଧିକ ମୃତ୍ୟୁ ଘଟି ଦୈନିକ ମୃତକଙ୍କ ସଂଖ୍ୟା ପୁଣି ତିନି ହଜାର ଟପିଯିବା ଚିନ୍ତାର କାରଣ ହୋଇଛି। ତେବେ ଗତ ତିନି ସପ୍ତାହରୁ ଅଧିକ ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିବା ପ୍ରକ୍ରିୟା ଜାରି ରହିଛି। ତେଣୁକରି ବିହାର ସରକାର ଚିନ୍ତାକରୁଛନ୍ତି ଯେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣକୁ ଆସିବା କାରଣରୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେବା ଆବଶ୍ୟକ ।

Leave a Reply