ଭାରତରେ ସବୁ କାରରେ ବାଧ୍ୟତାମୂଳକ ହେବ ୬ଟି ଏୟାରବ୍ୟାଗ: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସଡ଼କ ସୁରକ୍ଷା ବିଷୟକୁ ନେଇ ପୁଣି ଚର୍ଚ୍ଚା ହେବାରେ ଲାଗିଛି । ଏହାକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ଭାରତରେ ବଢ଼ୁଥିବା ଦୁର୍ଘଟଣା ହାରକୁ କମାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଏକ ଆଲୋଚନାରେ କହିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ଆଲୋଚନାରେ ବିଶେଷଜ୍ଞ କହିଥିଲେ କି କାରର ପଛ ସିଟରେ ବସିଥିବା ଲୋକ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯିବ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ କି ସାଧାରଣ ଲୋକ ତାଙ୍କ ମାନସିକତା ପରିବର୍ତ୍ତନ କରିବା ଆବଶ୍ୟକ । ଲୋକମାନେ ଭାବୁଛନ୍ତି କି କେବଳ କାରରେ ଆଗ ସିଟରେ ବସିଲେ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ । କିନ୍ତୁ କାର ଆଗ ଓ ପଛ ସିଟରେ ବସିଲେ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ।

ଏହା ନୀତିନ ଗଡ଼କରୀ କାରରେ ୬ଟି ଏୟାର ବ୍ୟାଗ ରହିବା ଆବଶ୍ୟକ ପ୍ରସଙ୍ଗରେ ମଧ୍ୟ କହିଥିଲେ । ଭାରତରେ ସବୁ କାରରେ ୬ଟି ଏୟାର ବ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ପ୍ରକ୍ରିୟା ଚାଲୁଥିବା ସେ କହିଛନ୍ତି । କାର ନିର୍ମାଣ କରୁଥିବା କମ୍ପାନୀ କାରରେ ୬ଟି ଏୟାର ବ୍ୟାଗ ଲଗାନ୍ତୁ । ସେହି ସମାନ କମ୍ପାନୀ ବିଦେଶକୁ ଗାଡ଼ି ପଠାଇଲେ ୬ଟି ଏୟାର ବ୍ୟାଗ ଲଗାଉଛନ୍ତି । କିନ୍ତୁ ଭାରତୀୟ କାରରେ ୪ଟି ଏୟାର ବ୍ୟାଗ ଲଗାଉଛନ୍ତି । ଭାରତରେ କାରରେ କାହିଁକି ୬ଟି ଏୟାରବ୍ୟାଗ ଲାଗିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ନୀତିନ ଗଡ଼କରୀ । ତେବେ କାର ନିର୍ମାଣ କାରୀ କମ୍ପାନୀ ଯୁକ୍ତି ବାଢ଼ିଛନ୍ତି କି ଅଧିକ ଏୟାର ବ୍ୟାଗ ଲଗାଇଲେ ଅଧିକ ଖର୍ଚ୍ଚ ହେବ । ତେବେ ଏହାର ଜବାବ ମଧ୍ୟ ଦେଇଛନ୍ତି ନୀତିନ ଗଡ଼କରୀ ସେ କହିଛନ୍ତି ଗୋଟିଏ ଏୟାର ବ୍ୟାଗର ମୂଲ୍ୟ ୯୦୦ ଟଙ୍କା ପାଖାପାଖି ରହିବ ବୋଲି ସେ କହିଥିଲେ ।