spot_img

Latest Posts

ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

ପୁରୀ: ବ୍ରହ୍ମଗିରି ନିର୍ବାଚନମଣ୍ଡଳି କୃଷ୍ଣପ୍ରସାଦ ମାଲୁଦ ମେଳଣ ପଡ଼ିଆରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା। କହିଲେ ମିଛ କହୁଛନ୍ତି ବିରୋଧୀ। କୃଷ୍ଣପ୍ରସାଦବାସୀଙ୍କୁ ଭୂଆଁ ବୁଲାଉଛନ୍ତି। କୃଷ୍ଣପ୍ରସାଦରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି କେନ୍ଦ୍ରକୁ ଆଟାକ୍ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି, ବହୁତ ଲୋକ ଆସି କହୁଛନ୍ତି ଚିଲିକା ଉପରେ ସେତୁ କରିବେ।

୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ପୁରୀ ଜିଲ୍ଲା ପିପିଲି ମିଟିଂରେ ଚିଲିକା ଉପରେ ସେତୁ କରିବୁ ବୋଲି କହିଥିଲେ। ହେଲେ ୧୦ ବର୍ଷ ହୋଇଗଲା ବର୍ତ୍ତମାନ ପର୍ଯ୍ୟନ୍ତ ସେତୁ ହେଲାନି। ୨୦୨୩ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେନ୍ଦ୍ରମନ୍ତ୍ରୀ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ ବୋଲି କହିଥିଲେ। ଏବେ ପୁଣି କହୁଛନ୍ତି ସେତୁ ହେବ। ଏମାନଙ୍କ କଥାରେ ତାଳମେଳ ରହୁନି। ଲୋକଙ୍କୁ ଠକିବାକୁ, ଭୂଆଁ ବୁଲାଇବାକୁ ମିଛ କଥା କହୁଛନ୍ତି। ଜଣେ ଚିଲିକା ଉପରେ ସେତୁ କରିପାରିବେ। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ୭ଟି, ବୈତରଣୀ ଉପରେ ୫ ସେତୁ କରିବା ସହ ବ୍ରାହ୍ମଣୀରେ ସେତୁ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମାଲକାନଗିରିରେ ନକ୍ସଲ ଅଂଚଳରେ ଯେଉଁଠାରେ ଦୀର୍ଘ ୫୦ ବର୍ଷରେ ଯାହା ହୋଇନଥିଲା ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ଚିଲିକା ଉପରେ ମୁଖ୍ୟମନ୍ତ୍ରୀ ହିଁ ସେତୁ କରିପାରିବେ। ସେତୁ କରିବାରେ କେନ୍ଦ୍ର ବାଧା ସୃଷ୍ଟି କରୁଛି। ଯଦି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁମତି ଦେବେ ତାହାଲେ ୩ ବର୍ଷ ଭିତରେ ଚିଲିକା ଉପରେ ସେତୁ ନିର୍ମାଣ ହେବ। ଚିଲିକା ସେତୁ ଲାଗି ୨ରୁ ୫ ହଜାର କୋଟି ଯାହା ଖର୍ଚ୍ଚ ହେବ ନବୀନ ବାବୁ ତାହା ଖର୍ଚ୍ଚ କରିବେ। କେନ୍ଦ୍ର ଅନୁମତି ଦେଲେ ସେତୁ ନିର୍ମାଣ ହେବ। ସାତପଡ଼ାରେ ଫେରି ସେବା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ୨ କୋଟି ୭୦ ଲକ୍ଷରେ ୨ଟି ବଡ଼଼ ଫେରି ଆସିବ। ଡ୍ରେଜିଂ କଲେ ଅଧିକ ଫେରି ଯାଇପାରିବ। ଏଥିଲାଗି ୧୨ କୋଟି ୭୦ ଲକ୍ଷ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ହାତରେ ଯାହା ଅଛି, ସେ କୃଷ୍ଣପ୍ରସାଦ ପାଇଁ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଫନି ମହାବାତ୍ଯା ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କୃଷ୍ଣପ୍ରସାଦରେ ପୁନନିର୍ମାଣ କାମ ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଉଦ୍ଯମ କରିଥିଲେ। ଆସନ୍ତା ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ପ୍ରଥମ ଦସ୍ତଖତ କରି କରି ବିଜୁଳି ବିଲ ଛାଡ କରିବେ। ୯୦ ପ୍ରତିଶତ ଓଡ଼ିଶାବାସୀ ବିଲ ପାଇବେ ନାହିଁ। ଦ୍ଵିତୀୟ ଦସ୍ତଖସ୍ତ ବିଏସକେୱାଇ ନବୀନ କାର୍ଡ ବ୍ୟବସ୍ଥା ଉପରେ କରିବେ। ୬୦ ବର୍ଷ ପରେ ମିଶନ ଶକ୍ତିମାମାନେ ପେନସନ ପାଇବେ । ପଞ୍ଚୁଦୋଳ ପଡ଼ିଆର ଉନ୍ନତୀକରଣ ହେବ, କନ୍ଦାଖାଇ ମେଡିକାଲକୁ ସ୍ପେଶାଲ ମେଡିକାଲ କରାଯିବ। , ଚିଲିକା ପଲିସି କରାଯିବ। ମତ୍ସ୍ଯଜୀବୀ ଉପକୃତ ହେବେ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରି ସଂସଦୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହ ବିଧାନସଭା ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଅପିଲ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

Latest Posts

Don't Miss