ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ନିତି ଆୟୋଗ
1 min read
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ନିତି ଆୟୋଗଙ୍କ ପ୍ରଶଂସା । 5T- ଟ୍ରାନ୍ସଫରମେସନ, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଓ ଟାଇମଲାଇନକୁ ନିତି ଆୟୋଗ ପ୍ରଶଂସା କରିଛନ୍ତି । ଏହାଦ୍ଵାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । 5T କାର୍ଯ୍ୟକାରୀ ହେବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ମାନ ବଢ଼ିବା ସହିତ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ ମାନେ ଅଧିକରୁ ଅଧିକ ଭାବରେ ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନିତି ଆୟୋଗ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କରିବାପରେ ସମାଲୋଚନା କରୁଥିବା ବିରୋଧୀଙ୍କୁ ଝଟକା ଲାଗିଛି ।
ପ୍ରଶାସନରେ ସ୍ୱଚ୍ଛତା ଆଣିବା, ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T କାର୍ଯ୍ୟକାରୀ ହେଉଛି ।