spot_img

Latest Posts

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା, ପ୍ରଶ୍ନ ଉଠାଇଲେ ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ

ନନ୍ଦିଘୋଷ ବ୍ୟୁରୋ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? ଏହି ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ। କିଛି ଦିନ ଧରି ସାରା ଦେଶରେ ଚର୍ଚ୍ଚାରେ ଥିବା ଏହି ଆକ୍ରମଣକୁ ନେଇ ମହାରାଷ୍ଟ୍ରର ଖୋଦ୍ ମନ୍ତ୍ରୀ ପ୍ରଶ୍ନ ଉଠାଇବା ଚର୍ଚ୍ଚାର କାରଣ ହୋଇଛି। ଗତ ୧୬ ତାରିଖରେ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟର ଦ୍ବାଦଶ ମହଲାରେ ରହୁଥିବା ସୈଫଙ୍କୁ ଜଣେ ବାଂଲାଦେଶୀ ମହମ୍ମଦ ଶରିଫୁଲ ଇସଲାମ ସେହଜାଦ ଛୁରାମାଡ କରିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗତ ୨୧ ତାରିଖରେ ଲୀଳାବତୀ ହସ୍ପିଟାଲରୁ ଘରକୁ ଫେରିଥିଲେ ସୈଫ। ଏକ ଇଭେଣ୍ଟରେ ମନ୍ତ୍ରୀ ରାଣେ କହିଛନ୍ତି- ହସ୍ପିଟାଲରୁ ସୈଫ ଡିସଚାର୍ଜ ହେବା ପରେ ତାଙ୍କ ମନରେ ପ୍ରଶ୍ନ ଉଠିଥିଲା- ସତରେ ସୈଫଙ୍କୁ ଛୁରାମାଡ ହୋଇଛି ନା ସେ ଅଭିନୟ କରୁଛନ୍ତି। ଏହା ସହ ଜଣେ ଖାନ ଯେତେବେଳେ ସମସ୍ଯାରେ ପଡନ୍ତି ସେତେବେଳେ କାହିଁକି ବିରୋଧୀମାନେ ଆଗକୁ ଚାଲିଆସନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିୟା ସୁଲେ ଅଭିନେତା ସୈଫ ଅଲ୍ଲୀ ଖାନ, ଶାହାରୁଖ ଖାନଙ୍କ ପୁଅ, ଏନସିପି ନେତା ନୱାବ ମଲ୍ଲିକଙ୍କୁ ନେଇ ସର୍ବଦା କାହିଁକି ବ୍ଯସ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ହିନ୍ଦୁ କଳାକାରଙ୍କ ଲାଗି ସୁପ୍ରିୟା ଉଦବେଗ ପ୍ରକାଶ କରିବା ଦେଖାଯାଏନାହିଁ ବୋଲି ସେ କହିଛନ୍ତି। ସେପଟେ ସୈଫଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସ ନିଷ୍ପତ୍ତି ନେଇଛି। । ସେପଟେ ଏହି ପ୍ରସଙ୍ଗକୁ ନେଇ ବଢିଛି ରାଜନୀତି।

Latest Posts

Don't Miss