spot_img

Latest Posts

ଟ୍ରମ୍ପଙ୍କ ପାର୍ଟୀରେ ଭାରତୀୟ ଶାଢ଼ିର ଚମକ, ଦୃଷ୍ଟି ଆକର୍ଷଣ କରିଥିଲା ନୀତାଙ୍କ କାଞ୍ଚିପୁରମ ସିଲ୍କ ଶାଢ଼ି

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିସେପସନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତର ଶାଢ଼ୀ। କାରଣ ଏହି ଶାଢ଼ି ପିନ୍ଧି ରିସେପସନରେ ଯୋଗ ଦେଇଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ଵାନି। ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ ଆଜି ଶପଥ ନେବା ପୂର୍ବରୁ ଏକ ପ୍ରାଇଭେଟ ରିସେପସନ ଦେଇଥିଲେ। ଏଥିରେ ଯୋଗ ଦେଇଥିଲେ ମୁକେଶ ଅମ୍ଵାନି ଓ ତାଙ୍କ ପତ୍ନୀ ନୀତା ଅମ୍ଵାନି।

ଏଥିର ନୀତା ଏକ ଆକର୍ଷଣୀୟ ଶାଢ଼ି ପିନ୍ଧିଥିଲେ। ଏହା ଏକ କାଂଚିପୁରମ ସିଲ୍କ ଶାଢ଼ି। ଏଥିରେ ପ୍ରାୟ ୧୦୦ଟି ପାରମ୍ପରିକ ମୋତିଫ୍ ରହିଥିଲା। ସେଗୁଡ଼ିକ ମଧ୍ୟରେ କାଂଚିପୁରମର ଆଧ୍ଯାତ୍ମିକ ଓ ଐତିହାସିକ ତଥ୍ଯ ରହି ଛି। ଅଷ୍ଟାଦଶ ଶତାବ୍ଦୀର କାଂଚିପୁରମ ମନ୍ଦିର ବି ରହିଛି ଶାଢ଼ିରେ । ପାରମ୍ପରିକ ଭାରତୀୟ ଡିଜାଇନର ଅଳଙ୍କାର ବି ରହିଛି। ଜାତୀୟ ପୁରସ୍କାରପ୍ରାପ୍ତ ବି. କ୍ରିଷ୍ଣମୂର୍ତ୍ତି ଏହି ଶାଢ଼ି ଡିଜାଇନ କରିଛନ୍ତି। ଶାଢ଼ିରେ ସ୍ଥାନ ପାଇଛି ଭାରତର ପରମ୍ପରା, ଐତିହ୍ୟ ଓ ପୌରାଣିକ କଥାବସ୍ତୁ। ଏହି କାଂଚିପୁରମ ସିଲକ ଶାଢ଼ିକୁ ବେଶ୍ ମାନୁଥିଲା ଭେଲଭେଟ ବ୍ଲାଉଜ୍। ଏହାକୁ ଡିଜାଇନ କରିଛନ୍ତି ମନୀଷ ମଲହୋତ୍ରା ।

ନୀତା ଅମ୍ଵାନି ପିନ୍ଧିଥିବା ସୁନ୍ଦର ପାରମ୍ପରିକ ଅଳଙ୍କାର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୁକେଶ ଅମ୍ଵାନି ଓ ନୀତା ଅମ୍ଵାନିଙ୍କୁ ନିମନ୍ତ୍ରଣ ଆସିଛି। ଭାରତ ସରକାରଙ୍କ ତରଫରୁ ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

Latest Posts

Don't Miss