ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନୀତା ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୁମ୍ବାଇରେ ଜିଓ ଇନଷ୍ଟିଚ୍ୟୁଟର ନିର୍ମାଣ ଆରମ୍ଭ ହେବ ।
ଏହି ବୖେଠକରେ ନୀତା ଅମ୍ବାନୀ କହିଛନ୍ତି ଯେ, କରୋନା କାଳରେ ଆମେ ପିଲାମାନଙ୍କ ପାଇଁ କ୍ରୀଡା ସମ୍ପର୍କିତ ଅନେକ ପଦକ୍ଷେପ ନେଇଛୁ। ଆମେ ଏହି ପଦକ୍ଷେପ ମାଧ୍ୟମରେ ୨.୧୫ କୋଟି ପିଲାଙ୍କ ନିକଟରେ ପହଞ୍ଚିପାରିଛୁ। ଏହାବ୍ୟତୀତ ଦେଶ ଏବଂ ସମାଜକୁ ଶକ୍ତିଶାଳୀ କରିବା ପାଇଁ ମହିଳା ଓ ଝିଅମାନଙ୍କୁ ସଶକ୍ତ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।
ବ୍ୟବସାୟ ସହ ସମାଜକୁ ସଶକ୍ତ କରିବା ଆମର ଲକ୍ଷ୍ୟ । ତେଣୁ ଆମେ ୫ଟି ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିଛୁ, ଯେଉଁଥିରେ ରହିଛି- ମିଶନ୍ ଅକ୍ସିଜେନ, ମିଶନ୍ କୋଭିଡ୍ ଇନଫ୍ରା, ମିଶନ୍ ଅନ୍ନ ସେବା, ମିଶନ୍ ଏପ୍ଲଇ କେୟାର ଓ ମିଶନ୍ ଭ୍ୟାକ୍ସିନ୍ ସୁରକ୍ଷା । ନୀତା ଅମ୍ବାନୀ କହିଛନ୍ତି ଯେ RIL ୨ ସପ୍ତାହ ମଧ୍ୟରେ ପ୍ରତିଦିନ ୧୧୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଉତ୍ପାଦନ କରିଛି । ଦେଶରେ ମେଡିକାଲ ଅକ୍ସିଜେନର ୧୧ ପ୍ରତିଶତ RIL ଉତ୍ପାଦନ କରୁଛି । ନୀତା ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକରଣକୁ ବଢାଇବାକୁ ଆମେ ଗୁରୁତ୍ୱ ଦେଇଛୁ। ଜିଓ ହେଲ୍ଥ ଆପ୍ ସାହାଯ୍ୟରେ ଏହା ସହଜ ହୋଇଯାଇଛି ।

