ଦେଶରେ ଆହୁରି ମଜଭୁତ୍ ହେବ ଅଲମ୍ପିକ ଆନ୍ଦୋଳନ: ନିତା ଅମ୍ବାନି

Nita Ambani Appreciated Odisha For Sports Olympics

ଭୁବନେଶ୍ୱର: ଆଜି ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ ଦର୍ଶାଇଥାଏ । ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ୱାରା ଡିଜାଇନ୍ କରାଯାଇଛି । ଏହାଦ୍ୱାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, ସମ୍ମାନ ଓ ବନ୍ଧୁତାକୁ ବୃଦ୍ଧି କରିପାରିବେ । ଏହି ପ୍ରୋଗ୍ରାମ ମାଧ୍ୟମରେ ମୂଲ୍ୟଭିତ୍ତିକ ପାଠ୍ୟକ୍ରମକୁ ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯଦ୍ୱାରା ପିଲାମାନେ ସକ୍ରିୟ, ସୁସ୍ଥ ଓ ଦାୟିତ୍ୱସମ୍ପର୍ଣ୍ଣ ନାଗରିକ ହୋଇପାରିବେ । ଭାରତର ଅଲମ୍ପିକ ଆନ୍ଦୋଳନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଓଭିଇପିର ଶୁଭାରମ୍ଭ ସହିତ ସମ୍ମାନଜନକ ଆଇଓସି ୨୦୨୩ ସେସନର ପ୍ରସ୍ତୁତ କରାଯାଇଛି ।

ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବା ୨୦୨୩ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ୱ ନେଇଥିଲେ । ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନ ପରେ ପ୍ରଦାନ କରାଯାଇଛି । ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲଟିମେଟ୍ ଅଲମ୍ପିକ ଅଭିଳାଷକୁ ଅନୁପ୍ରେରିତ କରୁଛି । ଦେଶରେ ଉପଯୁକ୍ତ କ୍ରୀଡ଼ା ଇକୋସିଷ୍ଟମ ସହିତ ଏହା ଦେଶର ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବ ଓ ଏହା ସହିତ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରିବ । ଶ୍ରୀମତୀ ଅମ୍ବାନି ବହୁମୁଖୀ ଅଲମ୍ପିକ୍ ମୁଭମେଣ୍ଟ କମିଶନ ଓ ଓଭିଇପିର ଏକ ଅଂଶ ଯାହା ଅଲମ୍ପିକ ଶିକ୍ଷା ଅନ୍ତର୍ଗତ ଆସିଥାଏ । ଯାହାକି ତାଙ୍କର ଅତ୍ୟନ୍ତ ପ୍ରିୟ ଓ ଏହା ପିଲାମାନଙ୍କ ମଧ୍ୟରେ ଅଲମ୍ପିକ ମୂଲ୍ୟବୋଧକୁ ସାମିଲ୍ କରିଥାଏ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ନିତା ଅମ୍ବାନି କହିଛନ୍ତି ଯେ ‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି । ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି । ସେମାନେ ହେଉଛନ୍ତି ଆସନ୍ତାକାଲିର ଚାମ୍ପିଅନ୍, ଆମର ଦେଶର ଭବିଷ୍ୟତ । ବିଶ୍ୱର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍ । ଏହା ହେଉଛି ଓଭିଇପିର ଲକ୍ଷ୍ୟ । ଏବଂ ଏହି କାରଣରୁ ଏହା ଭାରତରେ ଏକ ବିଶାଳ ସମ୍ଭାବନାର ମଧ୍ୟ ସୃଷ୍ଟି ହୋଇପାରିବ । ଆଗାମୀ ବର୍ଷ ଆମେ ମୁମ୍ବାଇ ଠାରେ ଆଇଓସି ସେସନ୍ ୨୦୨୩ର ଆୟୋଜନ କରିବାକୁ ଯାଉଛୁ । ଏହା ଫଳରେ ପୁନଶ୍ଚ ଦେଶରେ ଅଲମ୍ପିକ ଆନ୍ଦୋଳନ ଆହୁରି ମଜଭୁତ୍ ହୋଇପାରିବ ।’

Nita Ambani Appreciated Odisha For Sports Olympics

ଓଭିଇପିକୁ ଆଧିକାରୀକ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇଓସି ସଦସ୍ୟ ନିତା ଅମ୍ବାନୀ, ଆଇଓସି ଏଡୁକେସନ କମିଶନ ଚେୟାର ମାଇକେଇଲା କୋଜୁଆଙ୍ଗକୋ ଜାଓରିସ୍କି, ଅଲମ୍ପିଆନ ଓ ଆଇଓସି ଆଥଲେଟ୍ କମିଶନଙ୍କ ସଦସ୍ୟ ଅଭିନବ ବିନ୍ଦ୍ରା ଓ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର (ଆଇଓଏ)ର ସଭାପତି ନରିନ୍ଦ୍ର ବାତ୍ରାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଓଭିଇପିକୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରଣାଳୀରେ ସମନ୍ୱିତ କରାଯିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ସହଭାଗିତାରେ ବିକଶିତ କରାଯାଇଛି ।

ଭାରତର ଅଲମ୍ପିକ୍ ସ୍ବପ୍ନ ପାଇଁ କ୍ରମାଗତ ସହଯୋଗ ଓ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ଶ୍ରୀମତୀ ଅମ୍ବାନୀ ପୁନଶ୍ଚ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ଶ୍ରୀ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଧିକ ନିବେଶ ଓ ସମର୍ପିତ ପ୍ରଚେଷ୍ଟା ହେତୁ ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି । ରାଜ୍ୟ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ଯାହାକି ଆମର ଯୁବ ପ୍ରତିଭାମାନଙ୍କୁ ଉଚ୍ଚ ମାନର ତାଲିମ୍ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି।’

ବିଶେଷ କରି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ପାଇଁ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ କାମ କରୁଛି । ଏଚପିସିର ଦୁଇଜଣ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍‌ ଜ୍ୟୋତି ୟାରାଜି ଓ ଅମ୍ଳାନ ବୋରଗୋହେଁ ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ଓ ଆନ୍ତର୍ଜାତିକ ଆଥଲେଟିକ୍ ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ଜ୍ୟୋତିଙ୍କ ଉଲ୍ଲେଖନୀୟ କୃତି ବଳରେ ୧୯ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ଓ ପରବର୍ତ୍ତୀ ଇଭେଣ୍ଟରେ ତାଙ୍କର ନିଜର ରେକର୍ଡରେ ଉନ୍ନତି ଆଣିଛନ୍ତି । ଏହି ସଫଳତା ସହିତ, ଜ୍ୟୋଥି କମନୱେଲଥ ଗେମ୍ ପାଇଁ ଏଏଫଆଇ ଯୋଗ୍ୟତାକୁ ହାସଲ କରିଛନ୍ତି । ଭାରତର କ୍ରୀଡ଼ା ଭବିଷ୍ୟତ ଏବେ ନିରାପଦ ହାତରେ ରହିଛି ।