ଦେଶରେ ଆହୁରି ମଜଭୁତ୍ ହେବ ଅଲମ୍ପିକ ଆନ୍ଦୋଳନ: ନିତା ଅମ୍ବାନି
ଭୁବନେଶ୍ୱର: ଆଜି ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ ଦର୍ଶାଇଥାଏ । ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ୱାରା ଡିଜାଇନ୍ କରାଯାଇଛି । ଏହାଦ୍ୱାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, ସମ୍ମାନ ଓ ବନ୍ଧୁତାକୁ ବୃଦ୍ଧି କରିପାରିବେ । ଏହି ପ୍ରୋଗ୍ରାମ ମାଧ୍ୟମରେ ମୂଲ୍ୟଭିତ୍ତିକ ପାଠ୍ୟକ୍ରମକୁ ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯଦ୍ୱାରା ପିଲାମାନେ ସକ୍ରିୟ, ସୁସ୍ଥ ଓ ଦାୟିତ୍ୱସମ୍ପର୍ଣ୍ଣ ନାଗରିକ ହୋଇପାରିବେ । ଭାରତର ଅଲମ୍ପିକ ଆନ୍ଦୋଳନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଓଭିଇପିର ଶୁଭାରମ୍ଭ ସହିତ ସମ୍ମାନଜନକ ଆଇଓସି ୨୦୨୩ ସେସନର ପ୍ରସ୍ତୁତ କରାଯାଇଛି ।
ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବା ୨୦୨୩ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ୱ ନେଇଥିଲେ । ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନ ପରେ ପ୍ରଦାନ କରାଯାଇଛି । ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲଟିମେଟ୍ ଅଲମ୍ପିକ ଅଭିଳାଷକୁ ଅନୁପ୍ରେରିତ କରୁଛି । ଦେଶରେ ଉପଯୁକ୍ତ କ୍ରୀଡ଼ା ଇକୋସିଷ୍ଟମ ସହିତ ଏହା ଦେଶର ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବ ଓ ଏହା ସହିତ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରିବ । ଶ୍ରୀମତୀ ଅମ୍ବାନି ବହୁମୁଖୀ ଅଲମ୍ପିକ୍ ମୁଭମେଣ୍ଟ କମିଶନ ଓ ଓଭିଇପିର ଏକ ଅଂଶ ଯାହା ଅଲମ୍ପିକ ଶିକ୍ଷା ଅନ୍ତର୍ଗତ ଆସିଥାଏ । ଯାହାକି ତାଙ୍କର ଅତ୍ୟନ୍ତ ପ୍ରିୟ ଓ ଏହା ପିଲାମାନଙ୍କ ମଧ୍ୟରେ ଅଲମ୍ପିକ ମୂଲ୍ୟବୋଧକୁ ସାମିଲ୍ କରିଥାଏ ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ନିତା ଅମ୍ବାନି କହିଛନ୍ତି ଯେ ‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି । ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି । ସେମାନେ ହେଉଛନ୍ତି ଆସନ୍ତାକାଲିର ଚାମ୍ପିଅନ୍, ଆମର ଦେଶର ଭବିଷ୍ୟତ । ବିଶ୍ୱର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍ । ଏହା ହେଉଛି ଓଭିଇପିର ଲକ୍ଷ୍ୟ । ଏବଂ ଏହି କାରଣରୁ ଏହା ଭାରତରେ ଏକ ବିଶାଳ ସମ୍ଭାବନାର ମଧ୍ୟ ସୃଷ୍ଟି ହୋଇପାରିବ । ଆଗାମୀ ବର୍ଷ ଆମେ ମୁମ୍ବାଇ ଠାରେ ଆଇଓସି ସେସନ୍ ୨୦୨୩ର ଆୟୋଜନ କରିବାକୁ ଯାଉଛୁ । ଏହା ଫଳରେ ପୁନଶ୍ଚ ଦେଶରେ ଅଲମ୍ପିକ ଆନ୍ଦୋଳନ ଆହୁରି ମଜଭୁତ୍ ହୋଇପାରିବ ।’
ଓଭିଇପିକୁ ଆଧିକାରୀକ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇଓସି ସଦସ୍ୟ ନିତା ଅମ୍ବାନୀ, ଆଇଓସି ଏଡୁକେସନ କମିଶନ ଚେୟାର ମାଇକେଇଲା କୋଜୁଆଙ୍ଗକୋ ଜାଓରିସ୍କି, ଅଲମ୍ପିଆନ ଓ ଆଇଓସି ଆଥଲେଟ୍ କମିଶନଙ୍କ ସଦସ୍ୟ ଅଭିନବ ବିନ୍ଦ୍ରା ଓ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର (ଆଇଓଏ)ର ସଭାପତି ନରିନ୍ଦ୍ର ବାତ୍ରାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଓଭିଇପିକୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରଣାଳୀରେ ସମନ୍ୱିତ କରାଯିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ସହଭାଗିତାରେ ବିକଶିତ କରାଯାଇଛି ।
ଭାରତର ଅଲମ୍ପିକ୍ ସ୍ବପ୍ନ ପାଇଁ କ୍ରମାଗତ ସହଯୋଗ ଓ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ଶ୍ରୀମତୀ ଅମ୍ବାନୀ ପୁନଶ୍ଚ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ଶ୍ରୀ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଧିକ ନିବେଶ ଓ ସମର୍ପିତ ପ୍ରଚେଷ୍ଟା ହେତୁ ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି । ରାଜ୍ୟ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ଯାହାକି ଆମର ଯୁବ ପ୍ରତିଭାମାନଙ୍କୁ ଉଚ୍ଚ ମାନର ତାଲିମ୍ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି।’
ବିଶେଷ କରି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ପାଇଁ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ କାମ କରୁଛି । ଏଚପିସିର ଦୁଇଜଣ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍ ଜ୍ୟୋତି ୟାରାଜି ଓ ଅମ୍ଳାନ ବୋରଗୋହେଁ ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ଓ ଆନ୍ତର୍ଜାତିକ ଆଥଲେଟିକ୍ ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ଜ୍ୟୋତିଙ୍କ ଉଲ୍ଲେଖନୀୟ କୃତି ବଳରେ ୧୯ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ଓ ପରବର୍ତ୍ତୀ ଇଭେଣ୍ଟରେ ତାଙ୍କର ନିଜର ରେକର୍ଡରେ ଉନ୍ନତି ଆଣିଛନ୍ତି । ଏହି ସଫଳତା ସହିତ, ଜ୍ୟୋଥି କମନୱେଲଥ ଗେମ୍ ପାଇଁ ଏଏଫଆଇ ଯୋଗ୍ୟତାକୁ ହାସଲ କରିଛନ୍ତି । ଭାରତର କ୍ରୀଡ଼ା ଭବିଷ୍ୟତ ଏବେ ନିରାପଦ ହାତରେ ରହିଛି ।