ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା; ମା’ଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ

1 min read

ସୋନୀପତ: ରାଷ୍ଟ୍ରୀୟ ସ୍ତରର ରେସଲରଙ୍କୁ ଗୁଳି ମାରି ହତ୍ୟା । ହରିଆଣାର ସୋନୀପତରେ ରାଷ୍ଟ୍ରିୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ନିଶାଙ୍କ ବ୍ୟତୀତ ତାଙ୍କ ଭାଇ ଓ ତାଙ୍କ ମା’ଙ୍କୁ ମଧ୍ୟ ଗୁଳି ମାରିଥିଲେ ଆକ୍ରମଣକାରୀ । ତେବେ ଏହି ଆକ୍ରମଣରେ ନିଶାଙ୍କ ସହ ତାଙ୍କ ଭାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ତାଙ୍କ ମା ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ସମ୍ବେଦନଶୀଳ ଘଟଣା ସୋନୀପତର ହଲାଲପୁର ଗାଁର ଘଟିଛି । ଯେଉଁଠାରେ ସୁଶୀଲ କୁମାରଙ୍କ ନାମରେ ଏକାଡେମୀ ରହିଛି ।  ସେହି ଏକାଡେମୀଠାରେ ଆକ୍ରମଣକାରୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ । ଆକ୍ରମଣକାରୀ ନିଶା ଦାହିୟା, ତାଙ୍କ ଭାଇ ସୁରଜ ଦାହିୟା ଓ ତାଙ୍କ ମା’ ଧନପତିଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷା କରିଥିଲେ । ତେବେ ଆଖିବୁଜା ଗୁଳି ବର୍ଷା ପରେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ ।  କିଏ କିଛି ବୁଝିବା ପୂର୍ବରୁ ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇ ସୁରଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ମା’ ଧନପତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଏବେ ବି ସେ ସଙ୍କଟାପୂର୍ଣ୍ଣ ରହିଛନ୍ତି । ତେବେ କ’ଣ ପାଇଁ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ତାହା ଉପରୁ ଏବେ ବି ପରଦା ଉଠିନି ।

ତେବେ ନିଶା ଦାହିୟାଙ୍କୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅଣ୍ଡର-୨୩ ଓ୍ବାର୍ଲ୍ଡ ରେସଲିଂ ଚମ୍ପିଆନସିପରେ ମେଡାଲ ଜିତିଥିବା ପାଞ୍ଚ ଜଣ ରେସଲରଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ନିଶା ଦାହିୟା ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଥିଲେ କି ଶିବାନୀ, ଅଞ୍ଜୁ,ଦିବ୍ୟା, ରାଧିକା ଏବଂ ନିଶାଙ୍କୁ ଓ୍ବାର୍ଲ୍ଡ ଚମ୍ପିଆନସିପ ବିଜୟ ପାଇଁ ଶୁଭେଚ୍ଛା ।

 

 

Leave a Reply