ନିର୍ଭୟା ମାମଲାର ଆଜି ଶୁଣାଣି: ଦିନ ୧୦ଟା ୩୦ରେ ନୂଆ ଖଣ୍ଡପୀଠ ଗଠନ ପରେ ମାମଲାର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଆଜି ଶୁଣାଣି । ନୂଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଖଣ୍ଡପୀଠରୁ ଓହରି ଯାଇଥିଲେ  । ଏଣୁ ଆଜି ଦିନ ୧୦ଟା ୩୦ରେ ନୂଆ ଖଣ୍ଡପୀଠ ଗଠିତ ହେଲା ପରେ ମାମଲାର ଶୁଣାଣି କରାଯିବ ।  ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବ୍‌ଡେଙ୍କ ଭଣଜା ନିର୍ଭୟା ପରିବାର ପକ୍ଷରୁ ମାମଲା ଲଢୁଥିବାରୁ ଏହି ଖଣ୍ଡପୀଠରୁ ସେ ନିଜକୁ ଦୂରେଇ ନେଇଛନ୍ତି ।

ଅନ୍ୟପଟେ ୪ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଏର କରିଛି । ପୂର୍ବରୁ ତଳ କୋର୍ଟରେ ଅକ୍ଷୟକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ ।

ଅଭିଯ଼ୁକ୍ତ ପୁଣି ଫାଶୀ ଦଣ୍ଡାଦେଶର ପୁନିଃବିଚାର ପାଇଁ ସୁପ୍ରିମକୋର୍ଟରେ ଆଶ୍ରୟ ନେଇଛି । ନିର୍ଭୟା ଦୁଷ୍କର୍ମ ଘଟଣାକୁ ୭ ବର୍ଷ ପୂରି ଯାଇଥିଲେ ସୁଦ୍ଧା ଏଯାଏଁ ଦୋଷୀଙ୍କୁ ଫାଶୀ ଦିଆଯାଇ ନଥିବାରୁ ପୀଡିତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply