spot_img

Latest Posts

ଆସନ୍ତାକାଲି ବଜେଟ, ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା

ନୂଆଦିଲ୍ଲୀ:  ଆସନ୍ତାକାଲି ବଜେଟ। ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର। ବଜେଟରେ କେଉଁ କ୍ଷେତ୍ରକୁ ଫୋକସ ଦିଆଯିବ? କ୍ରମବର୍ଦ୍ଧିଷ୍ଣୁ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ଦିଆଯାଇପାରେ ଅଧିକ ଗୁରୁତ୍ବ। ରିୟଲ ଇଷ୍ଟେଟ କ୍ଷେତ୍ର ସମେତ କୃଷି, ଅର୍ଥ, ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି, ପ୍ରସ୍ତୁତି କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇପାରନ୍ତି ଗୁରୁତ୍ବ ।

ଗତ କିଛି ବର୍ଷ ଧରି ରିଅଲ ଇଷ୍ଟେଟ ଶିଳ୍ପରେ ବ୍ୟାପକ ଅଭିବୃଦ୍ଧି ହୋଇଛି। କମର୍ସିଆଲ ଓ ଲକ୍ସରୀ ରିଅଲ ଇଷ୍ଟେଟ କ୍ଷେତ୍ରର ଆଦର ସବୁଠାରେ ବଢିଛି । ତେଣୁ ଏହା ଉପରେ କର ହ୍ରାସ ଲାଗି ସରକାରଙ୍କ ଠାରୁ ଆଶା ରଖାଯାଇଛି। ପ୍ରକଳ୍ପକୁ ଅଧିକ ଆଦୃତ କରିବା ସହ ଲୋକଙ୍କ ସାମର୍ଥ୍ୟ ଅନୁସାରେ ଏହା ଉପରୁ କର ହ୍ରାସ କରାଗଲେ ଏହାର ବ୍ୟାପକ ବିକାଶ ହେବ ବୋଲି ଆଶା ରହିଛି। କୋଭିଡ ପରେ ଗତିଶୀଳ ରହିଛି ରିୟଲ ଇଷ୍ଟେଟ କ୍ଷେତ୍ର। ରିୟଲ ଇଷ୍ଟେଟକୁ ଭିତ୍ତିଭୂମି ମାନ୍ୟତା ଦେବା ସହ ଅଧିକ ଗୁରୁତ୍ବ ଦେଆଯାଇପାରେ । ବାସଗୃହ କ୍ରେତାଙ୍କ ଲାଗି ବି ଦୃଷ୍ଟି ଦେଇପାରନ୍ତି ନିର୍ମଳା। ଶସ୍ତା ବାସଗୃହର ସୀମାକୁ ୪୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି। ଶସ୍ତା ବାସଗୃହ ଲାଗି ବିଲଡରଙ୍କୁ ଟିକସ ରିହାତି ହେବା ଆଶା ରହିଛି। ନିର୍ମାଣ ସାମଗ୍ରୀ ଉପରେ କର ପରିମାଣ ୨୮ ପ୍ରତିଶତ ବଢିଥିବାବେଳେ ପ୍ରକୃତ ନିର୍ମାଣ କାର୍ଯ୍ୟରେ କର ଭାର ୧୮ ପ୍ରତିଶତ ବଢିଛି । ଏସବୁ ଦୃଷ୍ଟିରୁ ବଜେଟରେ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ପ୍ରାଧାନ୍ୟ ଦେବା ଆଶା ରହିଛି ।

Latest Posts

Don't Miss