ଏଥର ପେପର୍ ଲେସ୍ ବଜେଟ୍: ଲଞ୍ଚ ହେଲା ‘ୟୁନିୟନ ବଜେଟ୍ ମୋବାଇଲ୍ ଆପ୍’

1 min read

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିଲ୍ଲୀର ନର୍ଥ ବ୍ଲକ୍ ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ଅର୍ଥମନ୍ତ୍ରୀ ‘ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍’ ମଧ୍ୟ ଲଞ୍ଚ କରିଛନ୍ତି। ତେବେ ଏଥି ସହିତ ପେପରଲେସ୍ ବଜେଟ୍ ୨୦୨୧-୨୨ର ଶୁଭାରାମ୍ଭ ହୋଇଯାଇଛି।

ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ବଜେଟ୍ ପ୍ରିଣ୍ଟିଙ୍ଗ୍ କରାଯାଉନାହିଁ। ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’ ମାଧ୍ୟମରେ ଜନସାଧାରଣ ଏବଂ ସାଧାରଣ ଜନତା ବଜେଟ୍ ସହ ଜଡ଼ିତ ଡକ୍ୟୁମେଣ୍ଟ୍ ପାଇପାରିବେ। ଚଳିତବର୍ଷ କୋଭିଡ-୧୯ ଯୋଗୁ ବଜେଟ୍ କାଗଜରେ ପ୍ରିଣ୍ଟ ହେବ ନାହିଁ।  ଏହା ବ୍ୟତୀତ ଅର୍ଥନୈତିକ ସର୍ଭେ ମଧ୍ୟ କାଗଜରେ ଛପା ହେବ ନାହିଁ। ଏହି ବର୍ଷ ଏହି ଉଭୟ ଦଲିଲ ଇଲେକ୍ଟ୍ରୋନିକ୍ ଫର୍ମରେ ସଂସଦରେ ଉପସ୍ଥାପନ ହେବ।

‘ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍’ର ବିଶେଷତ୍ତ୍ୱ:

୧) ଏହି ମୋବାଇଲ୍ ଆପ୍ ରେ ସମସ୍ତ ୧୪ ଟି ବଜେଟ୍ ଡକ୍ୟୁମେଣ୍ଟ୍ ଅଛି। ଏଥିରେ ବାର୍ଷିକ ଆର୍ଥିକ ବିବରଣୀ, ଡିମାଣ୍ଡ ଫର୍ ଫାଇନାନ୍ସ ବିଲ୍ ଇତ୍ୟାଦି ବିଷୟରେ ସୂଚନା ରହିବ।

୨) ଏହି ଆପରେ ଡାଉନଲୋଡ୍, ପ୍ରିଣ୍ଟିଙ୍ଗ୍, ସର୍ଚ୍ଚ, ଜୁମ୍ ଇନ୍ ଏବଂ ଆଉଟ୍, ଏକ୍ସଟରନାଲ୍ ଲିଙ୍କ୍ ଇତ୍ୟାଦି ଫିଚର ଅଛି। ଏହାର ଇଣ୍ଟରଫେସ୍ ୟୁଜର ଫ୍ରେଣ୍ଡଲି ଅଟେ।

୩) ଏହି ଆପ୍ ଇଂରାଜୀ ଏବଂ ହିନ୍ଦୀରେ ଉପଲବ୍ଧ। ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।

୪) ଏହି ମୋବାଇଲ୍ ଆପ୍ କୁ  ୟୁନିଅନ୍ ବଜେଟ୍ ୱେବ୍ ପୋର୍ଟାଲ୍ www.indiabudget.gov.in ରୁ ମଧ୍ୟ ଡାଉନଲୋଡ୍ ହୋଇପାରିବ।

୫) ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ସମାପ୍ତ ହେବା ପରେ ଏହି ଆପରେ ବଜେଟ୍ ଡକ୍ୟୁମେଣ୍ଟ୍ ଉପଲବ୍ଧ ହେବ

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହାର ଉପସ୍ଥାପନ କରିବେ।

 

 

Leave a Reply