କଙ୍ଗନାଙ୍କ ମନ୍ତବ୍ୟକୁ ନିର୍ଭୟାର ମା’ଙ୍କ ସମର୍ଥନ: କହିଲେ, ମୁଁ ମହାନ ହେବାକୁ ଚାହୁଁନି

ଫିଲ୍ମ ପୂର୍ବରୁ କଣ୍ଟ୍ରୋଭର୍ସି । ବଲିଉଡ୍‌ ଏବେ କିଛି ଏଭଳି ଟ୍ରେଣ୍ଡ ଆପଣାଇଥିବା ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍ ପୂର୍ବରୁ ଦେଶରେ ଘଟୁଥିବା କିଛି ଚର୍ଚ୍ଚିତ ଘଟଣା ସମ୍ପର୍କରେ ନିଜ ମତ ରଖୁଛନ୍ତି ସିନେ ଅଭିନେତା ବା ଅଭିନେତ୍ରୀ । ନିଜ ମତାମତକୁ ନେଇ କେତେବେଳେ ବିବାଦକୁ ଟାଣିହେଉଛନ୍ତି ତ ପୁଣି କେବେ ବାଃ ବାଃ ପାଉଛନ୍ତି ।

ଏଥିସହ ସେମାନେ ପାଲଟୁଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କିଛି ଏଭଳି ବାଟରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରାଣାଓ୍ୱତ । ନିଜ ଆଗାମୀ ଫିଲ୍ମର ରିଲିଜ୍ ପୂର୍ବରୁ ନିର୍ଭୟା ମାମଲାରେ ନିଜ ମତ ରଖିଛନ୍ତି କଙ୍ଗନା ।

ସେ କହିଛନ୍ତି ନିର୍ଭୟା ଦୋଷୀଙ୍କୁ ଜେଲ୍‌ ଭିତରେ ନୁହଁ ବରଂ ସର୍ବସମ୍ମୁଖରେ ଫାଶୀ ଦିଆଯିବା ଆବଶ୍ୟକ । ଯାହା ଦ୍ୱାରା ଲୋକଙ୍କୁ ଜଣାପଡ଼ିବ ଯେ ଦୁଷ୍କର୍ମର ଦଣ୍ଡ କ’ଣ ।

ଆଉ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ନିର୍ଭୟାଙ୍କ ମା’ । ଏଥିପାଇଁ କଙ୍ଗନାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଜଣେ ମା’ । ଦୀର୍ଘ ୭ ବର୍ଷ ହେଲା ମୁଁ ନିଜ ଝିଅକୁ ନ୍ୟାୟ ଦେବା ଲାଗି ଲଢ଼େଇ କରୁଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ କଙ୍ଗନା ନିଜ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଆଗାମୀ ୨୪ ତାରିଖରେ କଙ୍ଗନାଙ୍କ ଫିଲ୍ମ ‘ପଙ୍ଗା’ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି ।

Leave a Reply