ସୁପ୍ରିମକୋର୍ଟରେ ଫାଶୀରୁ ବଞ୍ଚିବା ପାଇଁ ଶେଷ ପ୍ଲାନ୍ ହେଲା ଫେଲ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ ହୋଇଛି । ରାଜକ୍ଷମା ଖାରଜ ବିରୋଧରେ ଚାଲେଞ୍ଜ କରି କୋର୍ଟରେ ଦ୍ଵାରସ୍ଥ ହୋଇଥିଲା ମୁକେଶ । ଫାଶୀକୁ ଆଉ ଦୁଇ ଦିନ ଥିବାବେଳେ ମୁକେଶ ସିଂର ଶେଷ ପ୍ରୟାସ ବି ଫେଲ୍ ମାରିଛି ।
ମଙ୍ଗଳବାର ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ, ଏ ଏସ୍ ବୋପାନ୍ନା, ଆର ଭାନୁମତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା ।
ଶୁଣାଣି ବେଳେ ମୁକେଶର ଓକିଲ ରାଜକ୍ଷମା ଖାରଜର ନ୍ୟାୟିକ ତଦନ୍ତ ପାଇଁ ଯୁକ୍ତି କରିଥିଲେ । ନିର୍ଭୟାକୁ ମୁକେଶ ଦୁଷ୍କର୍ମ କରିନଥିଲେ, କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ଏଥିପାଇଁ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଓକିଲ କହିଥିଲେ ।