ଫାଶୀ ପାଇବା ପୂର୍ବରୁ ନିର୍ଭୟା ଦୋଷୀଙ୍କୁ କଣ ଖାଇବା ପାଇଁ ଦିଆଯିବ

ଶେଷରେ ସେହି ଦିନ ଆସିଲା, ଏବେ ନିର୍ଭୟା ନ୍ୟାୟ ପାଇବ । ଆସନ୍ତା କାଲି ସକାଳ ୫ଟା୩୦ ମିନିଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବ । ପଟିଆଲା ହାଉସ କୋର୍ଟ ମୃତ୍ୟୁ ୱାରେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଫାଶୀ କଥା ଶୁଣି ଦୋଷୀ ମାନଙ୍କର ଅବସ୍ଥା ଏବେ ବହୁତ ଖରାପ ହୋଇଯାଇଥିବ । ଆଜି ରାତିରେ ସେମାନଙ୍କୁ ତାଙ୍କ ମନପସନ୍ଦର ଖାଇବା ପଚରାଜିବ । ଫାଷୀ ପୂର୍ବରୁ ଦୋଷୀ ମାନଙ୍କୁ ସେମାନଙ୍କର ମନପସନ୍ଦର ଖାଇବା ଦିଆଜିବ । କିନ୍ତୁ  ଆସନ୍ତୁ ଜାଣିବା ସେମାନଙ୍କୁ ଫାଶୀ ଦେବା ପୂର୍ବରୁ କ’ଣ ଖାଇବାକୁ ଦିଆଯିବ ।

ମାର୍ଚ୍ଚ ୨୦ ତାରିଖ ସକାଳ ୫:୩୦ ସମୟରେ ନିର୍ଭୟାଙ୍କ ଚାରି ଅଭିଯୁକ୍ତ ରାମ ସିଂ, ମୁକେଶ, ବିନୟ ଶର୍ମା ଏବଂ ପୱନ ଗୁପ୍ତାଙ୍କୁ ଫାଶୀ ଦିଆଯିବ। ଏକଜିକ୍ୟୁଟର ପୱାନ୍ ସମସ୍ତଙ୍କୁ ଫାଶୀରେ ଟାଙ୍ଗି ଦେବେ ।

ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ

ଫାଶୀ ଦେବା ପୂର୍ବରୁ ଜେଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚା ଦିଆଯିବ । ଚା ସହ ଦୋଷୀଙ୍କୁ ବିସ୍କୁଟ ମଧ୍ୟ ଦିଆଜିବ । ଜେଲ ମାନୁଆଲ ଅନୁଯାୟୀ କଏଦୀଙ୍କୁ ଫାଶୀ ଦେବା ପୂର୍ବରୁ ଚା ଏବଂ ବିସ୍କୁଟ ଦିଆଯିବ । ଚା ଏବଂ ବିସ୍କୁଟ ଦେବା ପରେ ସେମାନେ ଗାଧୋଇ ଦିଅନ୍ତି । ଏହା ପରେ ସେମାନଙ୍କୁ ନୂଆ ପୋଷାକ ପିନ୍ଧାଇ ଦିଆ ଯାଇ ଫାଶୀ ଦିଆଯିବା ସ୍ଥାନକୁ ନେଇଥାନ୍ତି ।

Leave a Reply