ଫାଶୀ ଖୁଣ୍ଟରେ ଝୁଲିଲେ ୪ ପିଶାଚ, ପଢ଼ନ୍ତୁ କେମିତି ଥିଲା ଶେଷ ଅଧ ଘଣ୍ଟାର ପ୍ରକ୍ରିୟା
ପ୍ରତୀକ୍ଷାର ହେଲା ଅନ୍ତ । । ଦୀର୍ଘ ୭ ବର୍ଷରେ ବ୍ୟବଧାନ ପରେ ଦଣ୍ଡ ପାଇଲେ ନିର୍ଭୟା ଦୋଷୀ । ଫାଶୀ ଖୁଣ୍ଟରେ ଝୁଲିଲେ ୪ ପିଶାଚ । ମାନ୍ୟବର କୋର୍ଟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ସକାଳ ସାଢ଼େ ୫ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି ।
ଫାଶୀ ପୂର୍ବର ଅଧ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲ । ଜେଲ୍ ଅଧିକାରୀଙ୍କ କହିବନୁଯାୟୀ ୪ ଦୋଷୀ ଏକାସାଙ୍ଗରେ ଫାଶୀରେ ଝୁଲାଗଲା । ୨ ଜଣଙ୍କୁ ଗୋଟିଏ ଫାଶୀ ଖୁଣ୍ଟ ଉପରେ ଅନ୍ୟ ୨ ଜଣଙ୍କୁ ଆଉ ଏକ ଫାଶୀ ଖୁଣ୍ଟ ଉପରେ ରଖାଗଲା ।
ଫାଶୀ ପାଇଁ ପବନ ଜହ୍ଲାଦ ଗୋଟିଏ ଲିବର୍ ଭିଡିଥିବା ବେଳେ ଅନ୍ୟ ଏକ ଲିବରକୁ ଜେଲ୍ର ଜଣେ କର୍ମଚାରୀ ଟାଣିଥିଲେ । ଏହିଭଳି ଭାବେ ସମସ୍ତଙ୍କୁ ଏକାସାଙ୍ଗରେ ଫାଶୀ ଦିଆଗଲା । ଏହି ଫାଶୀ କାର୍ଯ୍ୟ ସମ୍ପାଦନ ଲାଗି ପବନ ଜହ୍ଲାଦଙ୍କୁ ୬୦ ହଜାର ଟଙ୍କା ଦିଆଯିବ ।
ଦୋଷୀଙ୍କୁ ସକାଳ ୩.୧୫ରେ ଉଠାଯାଇଥିଲା
ଶୁକ୍ରବାର ୩ଟା ୧୫ ମିନିଟରେ ୪ଜଣଙ୍କୁ ସେଲ୍ରୁ ଉଠାଇ ଅଣାଗଲା । ୪ ଜଣଙ୍କ ମଧ୍ୟରୁ କେହି ବି ଶୋଇନଥିଲେ । ସକାଳର ଆବଶ୍ୟକ ପ୍ରକ୍ରିୟା ପୂରା କରାଯିବା ପରେ ଏମାନଙ୍କୁ ଗାଧୋଇବାକୁ କୁହାଯାଇଥିଲା । ଏହା ପରେ ସେମାନଙ୍କୁ ଚା’ ପିଇବା ନେଇ ପଚାରାଗଲା । ସେଲ୍ରୁ ଆଣିବା ପୂର୍ବରୁ ଏମାନଙ୍କୁ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧାଯାଇଥିଲା ।
୪ ଜଣଙ୍କ ହାତକୁ ପଛପଟୁ ବାନ୍ଧି ଦିଆଗଲା । ଏହି ସମୟରେ ଦୋଷୀ ହାତ ବାନ୍ଧିବାକୁ ମନା କରିଦେଇଥିଲେ । କିନ୍ତୁ ତାହା କରାଯାଇନଥିଲା ।
ଫାଶୀ ନେଇ ଦୋଷୀଙ୍କୁ ନେଇ ଗଲାବେଳେ ସେମାନଙ୍କ ମଧ୍ୟରୁ ଜଣେ ଭୟଭୀତ ହୋଇଯାଇଥିଲା । ଏବଂ ଆଗକୁ ଯିବାକୁ ମନାକରିଦେଇଥିଲା । ବହୁ ଚେଷ୍ଟା ପରେ ତାକୁ ଆଗକୁ ନିଆଗଲା । ସେଲ୍ ବାହାରକୁ ଅଣାଯିବା ପରେ ସେମାନଙ୍କ ମୁହଁ କଳା କପଡ଼ାରେ ଘୋଡ଼ାଇଦିଆଯାଇଥିଲା ।
ଫାଶୀ ପୂର୍ବରୁ ସେମାନଙ୍କ ବେକରେ ରଶି ବନ୍ଧାଯାଇଥିଲା । ଅନ୍ୟ ସେମାନଙ୍କ ଗୋଡ଼ରେ ମଧ୍ୟ ଦଉଡି ବାନ୍ଧି ଦିଆଯାଇଥିଲା । ଯାହାଦ୍ୱାରା ସେମାନଙ୍କ ଗୋଡ଼ ନହଲିବ । ଏହା ପରେ ପବନ ଜହ୍ଳାଦ ଲିବର ଟାଣିବା ଅନୁମତି ଲାଗି ୩ ନମ୍ୱାର ବାରାକ୍ ସୁପରିଣ୍ଟେଣ୍ଡେଣ୍ଟ ଆଡ଼କୁ ଚାହିଁଥିଲା ।
ଲିବର ଟାଣିବାକୁ ଅନୁମତି ମିଳୁମିଳୁ ଲିବରକୁ ଟାଣିଥିଲା ପବନ ଜହ୍ଲାଦ । ଏହାର ଅଧ୍ୟ ଘଣ୍ଟା ପରେ ଦୋଷୀଙ୍କୁ ମୃତ ଘୋଷିତ କରାଯାଇଥିଲା ।