ଆଜି ନିର୍ଭୟା ମାମଲାରେ ଶୁଣାଣି: ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଶୁଣାଣି । ଆସିପାରେ ନୂଆ ଡେଥ୍ ୱାରେଣ୍ଟ । ନିର୍ଭୟାଙ୍କ ବାପା ମାଆଙ୍କ ଆବେଦନ ଉପରେ ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ । ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବାକୁ ଏଥିରେ ଆବେଦନ କରାଯାଇଛି । ସେପଟେ ଆଜି ପ୍ରଥମଥର ଦୋଷୀ ପବନ ପକ୍ଷରୁ ଲଢ଼ିବେ ଆଇନଜୀବୀ ରବି କାଜି । ଏହା ପୂର୍ବରୁ ଏ.ପି.ସିଂ ଦୋଷୀଙ୍କ ପାଇଁ ଲଢ଼ୁଥିଲେ । ବର୍ତ୍ତମାନ ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ ସମସ୍ତ ବିକଳ୍ପ ଶେଷ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିକଳ୍ପ ବାକି ରହିଛି ।