spot_img

Latest Posts

ଭାରତକୁ ପ୍ରତ୍ୟର୍ପଣ କରିବ କି ନୀରବ ମୋଦି ? ଆଜି ବ୍ରିଟେନରେ ହେବ ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରୁ ପ୍ରାୟ ୧୪ହଜାର କୋଟି ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାରେ ଗୁରୁବାର ଦିନ ଲଣ୍ଡନ କୋର୍ଟ ରାୟ ଶୁଣାଇବ। ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି । ସେ ଗିରଫ ପରଠାରୁ ପାଖାପାଖି ୬ଥର ଚେଷ୍ଟା କରିସାରିଲାଣି ଜାମିନରେ ଆସିବା ପାଇଁ କିନ୍ତୁ କୋର୍ଟ ଏହସବୁ ଆବେଦନକୁ ଖାରଜ କରିଛନ୍ତି । ତେବେ ମାର୍ଚ୍ଚ ୨୦୧୯ରେ ତାଙ୍କ ପ୍ରତ୍ୟର୍ପଣ ମାମଲା ଆରମ୍ଭ ହୋଇଥିଲା ।

ଆଜି ନିରବ ମୋଦୀ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବେ । ସେନେଇ ଜିଲ୍ଲା ଜଜ୍ ସାମୁଏଲ ଗୁଜି ମୋଦି ତାଙ୍କର ରାୟ ଶୁଣାଇବେ ଯେ, ଭାରତୀୟ କୋର୍ଟରେ ହାଜର ହେବା ପାଇଁ କୌଣସି ମାମଲା ଅଛି କି ନାହିଁ । ଏହା ପରେ ମାଜିଷ୍ଟ୍ରେଟଙ୍କ କୋର୍ଟର ନିଷ୍ପତ୍ତି ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଦସ୍ତଖତ ପାଇଁ ପଠାଯିବ। ତେବେ ଏହି ନିଷ୍ପତ୍ତି ଆଧାରରେ ଉଭୟ ପକ୍ଷ ମଧ୍ୟ ହାଇକୋର୍ଟରେ ଆବେଦନ କରିବାର ସମ୍ଭାବନା ରହିଛି।

ତାଙ୍କୁ ଭାରତର ସିବିଆଇ ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ରୁଜୁ ହୋଇଥିବା ମାମଲା ଅନୁସାରେ ତାଙ୍କୁ ଅପରାଧିକ ମାମଲାକୁ ସାମ୍ନା କରିବାକୁ ପଡ଼ିବ । ଏହାମଧ୍ୟରୁ ଗୋଟିଏ ମାମଲା ହେଉଛି ବେଆଇନ ଚିଠି (LoU) କିମ୍ବା ଋଣ ଚୁକ୍ତି ମାଧ୍ୟମରେ ବଡ଼ଧରଣର ଠକେଇର ମାମଲା ମଧ୍ୟ ରହିଛି । ଏହା ବ୍ୟତୀତ ଭାରତରେ ତାଙ୍କ ବିରୋଧରେ ଅନ୍ୟ କେତେକ ମାମଲା ମଧ୍ୟ ରୁଜୁ ହୋଇଛି।

ଏହାସହ ଦ୍ୱିତୀୟ ମାମଲାଟି ଇଡିର ରହିଛି । ଏହି ମାମଲା ମନି ଲଣ୍ଡରିଂ ଏବଂ ଠକେଇ ସହିତ ଜଡିତ । ଏହାସହ ପ୍ରମାଣକୁ ବଦଳାଇବା ଏବଂ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ମୋଦୀଙ୍କ ନିକଟରେ ଦୁଇଟି ଅତିରିକ୍ତ ଅଭିଯୋଗ ସିବିଆଇ ମାମଲାରେ ସାମିଲ ରହିଛି ।

ଏବଂ ନିରବ ମୋଦୀଙ୍କୁ ସୁରକ୍ଷା ଦିଆଯାଇ କୁହାଯାଉଛି ଯେ, ଏହି ମାମଲା ଏକ ବ୍ୟବସାୟିକ ବିବାଦ। ତାଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ ତାଙ୍କର କୌଣସି କାର୍ଯ୍ୟ ଆଇନଗତ ପରିସର ବାହାରେ ଏବଂ ଠକେଇ ନୁହେଁ । ଏହାସହ ତାଙ୍କ ଓକିଲ ନୀରବ ମୋଦିଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିଜର ମତ ରଖିଛନ୍ତି।

ନିରବ ମୋଦୀ ଭାରତକୁ ଆଣାଜିବା ପରେ ତାଙ୍କୁ ପ୍ରଥମେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। ଆର୍ଥର ରୋଡ ଜେଲର ବ୍ୟାରେକ ୧୨ ବିଷୟରେ ବ୍ରିଟେନ କୋର୍ଟରେ ମଧ୍ୟ ଭାରତ ସରକାର ସୂଚନା ଦେଇଛନ୍ତି । ସରକାର କୋର୍ଟରେ ବ୍ୟାରେକ ନମ୍ବର ୧୨ର ଏକ ଭିଡିଓ ମଧ୍ୟ ଉପସ୍ଥାପନ କରିଛନ୍ତି।

Latest Posts

Don't Miss