ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ ନୀରଜ, ରଜତ ପଦକ ଜିତିବାରେ ହେଲେ ସଫଳ

1 min read

ନୂଆଦିଲ୍ଲୀ: ସୁନା ପୁଅଙ୍କ ନୂଆ ରେକର୍ଡ । ଅଲମ୍ପିକ୍ସ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପୁଣି ଏକ ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରିଛନ୍ତି । ଫିନଲ୍ୟାଣ୍ଡର ପାଭୋ ନୁରର୍ମୀ ଗସ୍ତରେ ନୀରଜ ରଜତ ପଦକ ଜିତିବାରେ ସଫଳ ହୋଇଛନ୍ତି ।

ନୀରଜ ପାଭୋ ନୁରର୍ମୀରେ ୮୯.୩୦ ମିଟର ଥ୍ରୋ ଫୋପାଡି ଜିତିଛନ୍ତି ରଜତ ପଦକ । ସେ ଗତବର୍ଷ ମାର୍ଚ୍ଚରେ ପଟିୟାଲାରେ କରିଥିବା ୮୮.୭ ମିଟର ଥ୍ରୋର ରାଷ୍ଟ୍ରୀୟ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । ପାଭୋ ନୁରମୀର ପ୍ରତିଯୋଗିତା ଗୁଡିକ ଫିନଲ୍ୟାଣ୍ଡର ଏକ ଟପ୍ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟ ଭାବରେ ପରିଗଣିତ ହୋଇଥାଏ | ଯାହା ୧୯୫୭ ମସିହା ପରଠାରୁ ପ୍ରତିବର୍ଷ ଆୟୋଜିତ ହୋଇଥାଏ | ପ୍ରତିଯୋଗିତା ସମୟରେ ନୀରଜ ଚୋପ୍ରା ଅଲିଭର ହେଲେଣ୍ଡରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ସେପଟେ ଅଲିଭର୍ ହେଲାଣ୍ଡର୍ ୮୯.୯୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |

 

ନୀରଜ ଚୋପ୍ରା ପ୍ରାୟ ୧୦ମାସ ପରେ ପାଭୋ ନୁରମୀ ଗେମ୍ସର ପ୍ରଥମ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି | ସେ ପ୍ରାୟ ୯୦ମିଟର ମାର୍କ ଛୁଇଁବାରେ ସଫଳ ହୋଇଛନ୍ତି, ଯାହାକି ଜାଭେଲିନ୍ ଥ୍ରୋ ଦୁନିଆରେ ଏକ ସ୍ୱର୍ଣ୍ଣ ପଦକ ଭାବରେ ପରିଗଣିତ ହୋଇଥାଏ ।|ଏପଟେ ଗ୍ରେନାଡାର ବିଶ୍ୱ ଚାମ୍ପିୟନ୍ ଆଣ୍ଡରସନ୍ ପିଟର୍ସ ୮୬.୬୦ ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି|