ନବମ ଶ୍ରେଣୀର ଛାତ୍ର ରୋଜଗାର କଲେ ୧ କୋଟି: ଜାଣନ୍ତୁ କିଭଳି

1 min read

ବାଲେଶ୍ୱର:୯ମାସରେ ୯ମ ଶ୍ରେଣୀ ଛାତ୍ର କୋଟିପତି । କଥାଟି ବିଶ୍ବାସ ହେଉନଥିଲେ ମଧ୍ୟ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାରକରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି କୋଟିଏ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ଟଙ୍କା । କରୋନା ସମୟରେ ଘରେ ବସି ସମୟ କଟାଇବାକୁ ପିଲାମାନେ ଇଚ୍ଛୁକ ଥିବାବେଳେ, ଆୟୁଷ୍ମାନଙ୍କୁ ଘାରିଥିଲା କୋଟିପତି ହେବାର ନିଶା । ସେ ଏହି କମ୍ପାନୀରେ ୯ ହଜାର ୫ଶହ ଟଙ୍କା ଦେଇ ମେମ୍ବର ହୋଇଥିଲେ । ପରେ ପରେ ତାଙ୍କ ମାଧ୍ୟମରେ ତଳକୁ ତଳ ଜଣେ ପରେ ଜଣେ କରି ମୋଟ ୪ ହଜାର ୫ଶହ ସହଯୋଗୀଙ୍କୁ ସେ ଯୋଡ଼ି ପାରିଛନ୍ତି ଏହି ପ୍ଲାଟଫର୍ମରେ ।

ସେହିପରି କମ୍ପାନୀ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରମୋସନ କୋର୍ଡ଼କୁ ବ୍ୟବହାରକରି ସେ ପ୍ରମୋସନ କରିଚାଲିଛନ୍ତି । ସେହିପରି ତାଙ୍କ ଚେନ୍‌ରେ ଥିବା ଅନ୍ୟମାନେ ମଧ୍ୟ ଏହିପରି ପ୍ରମୋସନ୍‌ ଚଳାଇଛନ୍ତି । ଫଳରେ ତାଙ୍କ ତାଙ୍କ ଓ୍ବାଲେଟ୍‌ ଆସିଛି କୋଟିଏରୁ ଅଧିକ ଡ଼ିଜିଟାଲ ଟଙ୍କା । ଯାହାର କିଛି ଅଂଶ ଆୟୁସ୍ମାନ ଖର୍ଚ୍ଚ କରିପାରୁଥିବାବେଳେ, ଅନ୍ୟ କିଛି ପରିମାଣର ଟଙ୍କା କମ୍ପାନୀରେ ଯୋଗ ଦେଉଥିବା ସହଯୋଗୀଙ୍କ ପାଇଁ ବ୍ୟବହାର କରିଛନ୍ତି ।  ୨୦୨୫ ମସିହା ସୁଦ୍ଧା ଆୟୁଷ୍ମାନ ୧୦୦ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖିଛନ୍ତି ।

Leave a Reply