spot_img

Latest Posts

ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ

ଭୁବନେଶ୍ୱର: କରୋନା ପାଇଁ ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ। ଏନେଇ ନୂଆ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ପ୍ରତି ଟର୍ମରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ପରୀକ୍ଷା ଦେବେ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ।

ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ବୋର୍ଡ।ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ। ମୋଟ୍ ୪ଟି ଆଭ୍ୟନ୍ତରୀଣ ମୂଲ୍ୟାୟନ ବା ଇଂଟରନାଲ ଏସେସମେଂଟ କରାଯିବ। ପ୍ରତି ଟର୍ମ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଉଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ।

ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ। ସ୍କୁଲରେ ନବମ ଓ ୧୦ମ ଶ୍ରେଣୀ ବିଦ୍ୟାର୍ଥୀ ମାସିକ ଓ ବାର୍ଷିକ ପରୀକ୍ଷାକୁ ମିଶାଇ ୬ଟି ପରୀକ୍ଷା ଦେବେ। ମାସିକ ଓ ବାର୍ଷିକ ପରୀକ୍ଷା ବୋର୍ଡ କର୍ତ୍ତୃପକ୍ଷ କରିବେ। ଏନେଇ ଗଣଶିକ୍ଷା ସଚିବଙ୍କ ସହିତ ବିସ୍ତୃତ ଆଲୋଚନା ପରେ ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞତି ପ୍ରକାଶ କରାଯାଇଥିବା ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି।

Latest Posts

Don't Miss