ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

1 min read
Nine Investment Projects of of Rs.1411.58 Cr Cleared by SLSWCA

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଗଞ୍ଜାମ ଗୋପାଳପୁର ଏସଇଜେଡରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ ।

ସେହିପରି କୋଣାର୍କରେ ସି-ସ୍କୋପ୍ କମ୍ପାନୀ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ନିର୍ମାଣ କରିବ । ବାରଙ୍ଗରେ ଡ୍ରେନେଜ୍ ଏବଂ ସ୍ୱେଜ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଉପକରଣ ପାଇଁ କାରଖାନା ନିର୍ମାଣ ହେବ । ଓଡ଼ିଶା କଂକ୍ରିଟ ପ୍ରା.ଲି ଏଥିରେ ୫୪.୪୨ କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୧୦୬ ଜଣଙ୍କୁ ନିଯୁକ୍ତି ମିଳିବ । ବାରିପଦାରେ ୫୫ କୋଟି ଟଙ୍କାର ଖର୍ଚ୍ଚରେ ଅତ୍ୟାଧିୁନିକ ଟେକନୋମେକ କାରଖାନା ସମ୍ପ୍ରସାରିତ ହେବ । ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୩୧୯ କୋଟି ଟଙ୍କା ବ୍ୟୟରେ ବାୟୋ ଗ୍ୟାସ କାରଖାନା ହେବ । ଏଥିରେ ୧୨୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ କଳାହାଣ୍ଡିର ଜୁନାଗଡ଼ରେ ୨୩୫ କୋଟି ଟଙ୍କା ଖର୍ଚ୍ଚରେ ଇଥାନଲ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ପାଇବେ ୨୦୦ ଜଣ । ପାରାଦୀପ ଇଫକୋରେ ବର୍ଷକୁ ୩୩ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ନୂଆ ୟୁରିଆ ୟୁନିଟ ତିଆରି ହେବ । ଯେଉଁଥିରେ ୨୦୦ ଲୋକ କାମ ପାଇବ । ଏହିସବୁ ପ୍ରକଳ୍ପ କିପରି ଖୁବଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply