spot_img

Latest Posts

ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ିଯିବା ଘଟଣା, କୋର୍ଟରେ ପିଉସୀଙ୍କ ବୟାନ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ  : ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ିଯିବା ଘଟଣା। ନାବାଳିକା ପୋଡ଼ି ଘଟଣାରେ JMFC ନିମାପଡା କୋର୍ଟରେ ହାଜର ହେଲେ ପୀଡିତାଙ୍କ ପିଉସୀ, ସାଙ୍ଗଙ୍କ ସହ ଅନ୍ୟ ଦୁଇ ପଡୋଶୀ। ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି। ବିଏନଏସ ଧାରା ୧୮୩ରେ  ବୟାନ ରେକର୍ଡ ହୋଇଛିI ସେପଟେ ଘଟଣାକୁ ବିତିଲା ୯ ଦିନ। ହେଲେ ଏବେବି ପୋଲିସର ହାତ ଖାଲି। ୩୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିସାରିଛି। କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିବା ମଧ୍ୟ କହିଛନ୍ତି ପୁରୀ ଏସପି। ହେଲେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୋଲିସ। ସମସ୍ତ ବୟାନକୁ ଆଧାର କରି ବିଭିନ୍ନ ଦିଗକୁ ନେଇ ପୋଲିସ ତନାଘନା ଚଳାଇଛି। ଶୁକ୍ରବାର ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ଭୁବନେଶ୍ବର ଏମସରେ ମଧ୍ୟ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା। ତେବେ ଏ ଦୁଇ ବୟାନ ଭିତରେ ତାଳମେଳ ରହୁନଥିବା ପୋଲିସ କହିଛି। ବୟାନରେ ଫରକ ରହୁଥିବାରୁ ପୋଲିସର ତଦନ୍ତରେ ଅଡୁଆ ବଢିଛି। ସତ କଣ ଏପର୍ଯ୍ୟନ୍ତ ପୋଲିସ ବାହାର କରିପାରିନାହିଁ।

Latest Posts

Don't Miss