ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଖୋଲିବ ଓଡ଼ିଟିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ

1 min read

ଭୁବନେଶ୍ବର: ପର୍ଯ୍ୟଟନର ବିକାଶ ସାଙ୍ଗକୁ ଓ ପାରମ୍ପରିକ ଖାଦ୍ୟରେ ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା । ଦିଲ୍ଲୀ ଓ ବେଙ୍ଗାଲୁରୁରେ ଖୋଲିବ ଓଡ଼ିଟିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ । ଦୁବାଇ, ସିଙ୍ଗାପୁର ଓ ବ୍ୟଙ୍କକକକୁ ଯୋଗାଯୋଗ ପରେ ଓଡିଶା ମୁହାଁ ପର୍ଯ୍ୟଟକ । ଆସନ୍ତା ୫ ବର୍ଷରେ ୨୦ରୁ ୩୦ କୋଟି ଲାଭ କରିବାକୁ ଓଟିଡିସି ଲକ୍ଷ ରଖିଛି ବୋଲି କହିଛନ୍ତି ଅଧ୍ୟକ୍ଷ । ଭୁବନେଶ୍ବର ପାନ୍ଥନିବାସରେ ପାଳିତ ହୋଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ ତମ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ସମ୍ନାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓଡିଶା ପର୍ଯ୍ୟଟନ ବିଭାଗ ତଥା ଓଟିଡିସିର ଏମଡି ସଚିନ ଆର. ଯାଦବ ।

5T ଅଧିନରେ ଚାଲିଛି ପର୍ଯ୍ୟଟନର ବିକାଶ । ମାଆ ହାତ ରନ୍ଧା ଖାଉଛନ୍ତି ପର୍ଯ୍ୟଟକ । ଦିଲ୍ଲୀ ଓ ବାଙ୍ଗାଲୋରରେ ଖୋଲିବ ନିମନ୍ତ୍ରଣ । ଓଡିଶା ମୁହାଁ ବିଦେଶୀ ପର୍ଯ୍ୟଟକ । ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟସ ସାଙ୍ଗକୁ ଖାଇବା ର ମଜା ନେଉଛନ୍ତି ପର୍ଯ୍ୟଟକ । ମେଟ୍ରୋ ସିଟିରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଯୋଗାଇ ଦେବାପାଇଁ ଓଟିଡିସି ଖୋଲିବାକୁ ଯାଉଛି ନିମନ୍ତ୍ରଣ ରେଷ୍ଟୁରାଣ୍ଟ ।

ଖୁବଶୀଘ୍ର ଦିଲ୍ଲୀ ଓ ବେଙ୍ଗାଳୁରୁରେ ଖୋଲିବ ଓଟିଡିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ । ଏହାଛଡ଼ା ପିଠାପଣା ପ୍ରତି ମଧ୍ୟ ରାଜ୍ୟବାସୀଙ୍କ ଆଗ୍ରହ ରହିଛି । ତେବେ ପାନ୍ଥନିବାସରେ ବର୍ଷକୁ ଥରେ ରଜ ବେଳେ ମିଳୁଥିବା ପିଠା ଆଇଟମ ବର୍ତ୍ତମାନ ବର୍ଷ ତମାମ ମିଳିବାକୁ ଯାଉଛି । ଖୁବଶୀଘ୍ର ରାଜ୍ୟର ବିଭିନ୍ନ ପାନ୍ଥନିବାସରେ ସ୍ବତନ୍ତ୍ର ଆଉଟଲେଟ ଖୋଲିବ ଓଡ଼ିଡିସି । ରାଜ୍ୟରେ ପୂର୍ଣାଙ୍ଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯଇଛି । ବର୍ତମାନ ଓଡ଼ିଶା ପିଲିଗ୍ରିମ ପର୍ଯ୍ୟଟନସ୍ଥଳୀ ସହ ଆଡଭେଞ୍ଚର ଟୁରିଷ୍ଟ ପ୍ଲେସରେ ମଧ୍ୟ ପରିଣତ ହୋଇଛି ବୋଲି ଓଟିଡିସି ଅଧ୍ୟକ୍ଷ କହିଛନ୍ତି ।

ଆନ୍ତଜାତୀୟ ବିମାନସେବା ଯୋଗୁଁ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୮୭୫ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୧୧୦ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ଥିବା ପାନ୍ଥନିବାସକୁ ଅପଗ୍ରେଡେସନ କରାଯାଇଛି । ଗୋଲଡେନ ଟ୍ରାଏଙ୍ଗଲ ଛଡ଼ା, ଇକୋ ରିଟ୍ରିଟ, ଆଡଭେଞ୍ଚର ଟୁରିଷ୍ଟ ପ୍ଲେସ, ବୋଟ କ୍ଲବ ଯୋଗୁଁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଉଭୟ ବିଦେଶୀ ଓ ଦେଶ ଭିତରେ ଥିବା ପର୍ଯ୍ୟଟକ ମାନେ ଓଡ଼ିଶାକୁ ବେଶ ପସନ୍ଦ କରୁଛନ୍ତି ।