ବିଶ୍ୱାସରେ ବିଷ ଦେଲା ବୋହୂ: ଶ୍ୱଶୁର ଦେଇଥିବା ୨ ଲକ୍ଷ ଟଙ୍କା ନେଇ ଛୁ, ଜାଣନ୍ତୁ କାହିଁକି

1 min read

ନୀଳଗିରି: ଔଷଧ କିଣିବାକୁ କହି ୨ ଲକ୍ଷ ଟଙ୍କା ଧରି ଛୁ’ ମାରିଲା ବୋହୂ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଅଞ୍ଚଳରେ । ଝିଅ ବାହାଘର ପରେ ଧାର ସୁଝିବାକୁ ଜମିବିକ୍ରି କରି ରଖିଥିବା ୨ ଲକ୍ଷ ଟଙ୍କାକୁ ଧରି ଛୁ ମାରିଛି ବୋହୂ, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ଶ୍ୱଶୂର । ଶ୍ୟାମସୁନ୍ଦର ଅଞ୍ଚଳର ରମେଶ ମଲ୍ଲିକଙ୍କ ପୁଅ ବିଜୟ ୩ ବର୍ଷ ପୂର୍ବେ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ମଦନ ମଲ୍ଲିକଙ୍କ ଝିଅକୁ ବିବାହ କରିଥଲେ। ରମେଶ ମଲ୍ଲିକ ନିଜ ଝିଅ ବାହାଘର ପରେ ହୋଇଥିବା ଋଣକୁ ଶୁଝିବା ପାଇଁ ବାରିପଦା ଅଞ୍ଚଳରେ ଥିବା ଜମିକୁ ବିକ୍ରିକରି ୨ଲକ୍ଷ ଟଙ୍କା ନିଜ ବୋହୂ ମମତା ମଲ୍ଲିକଙ୍କୁ ରଖିବାକୁ ଦେଇଥିଲେ। ଘରଲୋକ କାମକରିବାକୁ ଯାଇଥିବାବେଳେ ଉକ୍ତ ଦୁଇଲକ୍ଷ ଟଙ୍କାକୁ ଧରି ବାପ ଘର ଲୋକଙ୍କ ସହ ଛୁ ମାରିଥିବା ଅଭିଯୋଗ ହୋଇଛି। ଶଶୁର ଘରଲୋକ କାମରୁ ଫେରି ବୋହୂକୁ ଫୋନ କଲେ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି ଶ୍ୱଶୂର ।ତେବେ ଔଷଧ କିଣିବା ବାହାନାରେ ବହୁ  ଟଙ୍କା ନେଇ ଛୁ ମାରିଥିବା  ଘଟଣା କୁ ନେଇ ଅଞ୍ଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ନ୍ୟାୟ ପାଇବା ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଶ୍ୱଶୂର ରମେଶ । ତେବେ ଏ ଯାଏଁ ବୋହୂ ଏଭଳି ଟଙ୍କା ନେଇ ଚମ୍ପଟ ମାରିଥିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କଳହରୁ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: Flying kiss is sexual offence : ଆଖି ମାରିବା ଓ ଫ୍ଲାଇଁ କିସ୍ ଦେବା ଯୌନ ନିର୍ଯାତନା, ଯୁବକଙ୍କୁ ବର୍ଷେ ଜେଲ

Leave a Reply